ଚିକେନ୍‌ ଧୋଇବା ବିପଦ କି, ଜାଣନ୍ତୁ କାରଣ

Published By : Prameya-News7 Bureau | September 04, 2019 IST

ଅଧିକାଂଶ ଲୋକ ରୋଷେଇ କରିବା ପୂର୍ବୁରୁ ଚିକେନ୍‌କୁ ଧୋଇ ଥାଆନ୍ତି । ପରେ ଏଥିରେ ତେଲ ମସଲା କିମ୍ବା ଲୁଣ ହଲଦୀ ଗୋଳାଇ ଥାଆନ୍ତି । ମାତ୍ର ଚିକେନ୍‌କୁ ଧୋଇବା ସମୟରେ ଆପଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । କାରଣ ଏହା ଅନେକ ରୋଗର କାରଣ ହୋଇପାରେ । ଆମେରିକାର ଡକ୍ଟର ଆସୋସିଏସିଏନ୍‌ ଏଥିପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଖାଲି ହାତରେ ଚିକେନ୍‌ ଧୋଇଲେ ଅନେକ ରୋଗର କାରଣ ହୋଇପାରେ ।
ଚିକେନ୍‌ରେ ଅନେକ ପ୍ରକାରର ଜଳବାହିତ ଜୀବାଣୁ ଓ ଭୂତାଣୁ ଅଛନ୍ତି ।

{"id":153180}
picture courtesy -rd

ଖାଲି ହାତରେ ଚିକେନ୍‌ ଧୋଇଲେ ଅନେକ ଜୀବାଣୁ ହାତରେ ଲାଗିଥାଆନ୍ତି। ଏପରିକି ବାସନ ଧୋଉଥିବା ସ୍ଥାନରେ ବି ଚିକେନ୍‌କୁ ଧୋଇବା କଥା ନୁହେଁ କାରଣ ସେଥିରେ ଥିବା ଭୂତାଣୁ ଓଜୀବାଣୁ ବି ବାସନ କୁସନକୁ ଯାଇ ଥାଆନ୍ତି । ଏଥିପାଇଁ ଅନେକ ପ୍ରକାର ପେଟ ରୋଗ ହୋଇଥାଏ । ଚିକେନ୍‌ ଧୋଇବା ପରେ ସାବୁନ୍‌ କିମ୍ବା ହ୍ୟାଣ୍ଡ ଓ୍ୱାଶରେ ହାତ ସଫା କରନ୍ତୁ ।
ତେଣୁ ଚିକେନ୍‌ ଧୋଇବା ପାଇଁ ଅନ୍ୟ ସ୍ୱତନ୍ତ୍ର ବାସନ ବ୍ୟବାହାର କରିବା ସହ ଖାଦ୍ୟ ଥିବା ସ୍ଥାନରୁ ଦୂରରେ ବାସନ କି ହାତ ଧୋଉଥିବା ସ୍ଥାନରୁ ଦୂରରେ ଧୋଇ, ଏହାର ଧୂଆ ପାଣିକୁ ସୁରକ୍ଷିତ ଭାବେ ଫିଙ୍ଗିବା ଭଲ । ଚିକେନ୍‌ରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଅଛନ୍ତି । ଏଥିରେ କାମ୍ପିଲୋବାକ୍ଟର ନାମକ ବ୍ୟାକ୍ଟେରିଆ ରହିଛି ।ଏହା ଯୋଗୁଁ ଡାଇରିଆ ହୋଇଥାଏ ।
ଚିକେନ୍‌ରେ ସାଲମୋନେଲା, କ୍ଲୋଷ୍ଟ୍ରିଡିୟମ ଫ୍ରେଞ୍ଜିନସ୍‌ ନାମକ ବ୍ୟାକ୍ଟେରିଆ ରହିଛି। ମାତ୍ର ସବୁଠାରୁ ଭଲ କଥା ହେଉଛି ଚିକେନ୍‌କୁ ରାନ୍ଧିବା ବେଳେ ଏ ସବୁ ବ୍ୟାକ୍ଟେରିଆ ମରିଯାଆନ୍ତି। ୭୫ ଡିଗ୍ରୀ ସେଲସିୟସ ବା ୧୬୫ ଫାରେନ୍‌ହାଇଟ୍‌ରେ ଏହାକୁ ରାନ୍ଧିଲେ ସମସ୍ତ ଜୀବାଣୁ ବି ମରିଯାଇ ଥାଆନ୍ତି ।
ଚିକେନ୍‌କୁ ବେସିନ୍‌ରେ ନ ଧୋଇ କି ବାସନ ମଜା ଯାଉଥିବା ସ୍ଥାନରେ ନ ଧୋଇ ଅନ୍ୟସ୍ଥାନରେ ଧୂଅନ୍ତୁ ,ସେଥିରେ ଅଳ୍ପ ପରିମାଣର ଲେମ୍ବୁ କିମ୍ବା ଭିନେଗାର ମିଶାନ୍ତୁ ।ଏପରି କେଲେ ଅନେକ ଜୀବାଣି ଓ ଭୂତାଣୁ ମରିଯାଇଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.