Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଆସିଲେ ୱାସିମ ଜାଫର, କହିଲେ ଓଡ଼ିଶାର ଖେଳାଳିଙ୍କୁ ଆଗକୁ ନେବାକୁ ଚେଷ୍ଟା ଜାରି ରଖିବି

23/07/2021 at 5:52 PM

ଭୁବନେଶ୍ୱର, ୨୩/୦୭: ଭୁବନେଶ୍ୱରରେ ୱାସିମ ଜାଫର । ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ବ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ । ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ଖେଳାଳିଙ୍କୁ ସଠିକ ଦିଗରେ ପ୍ରଶିକ୍ଷଣ ଦେବାକୁ ଚେଷ୍ଟା କରିବୁ । ଫଳାଫଳ ଭଲ ମିଳିବ ବୋଲି ଆଶା କରିଛନ୍ତି ୱାସିମ୍ ।

ୱାସିମ ଜାଫର ଜଣେ ସଫଳ ବ୍ୟାଟ୍ସମ୍ୟାନ । ଭାରତୀୟ ରଣଜୀରେ ସର୍ବାଧିକ ରନ୍‌ କରିବାର ରେକର୍ଡ ତାଙ୍କ ନାଁ ରେ ରହିଛି । କିନ୍ତୁ ଓଡିଶା କ୍ରିକେଟରେ କେବଳ ବ୍ୟାଟିଂ ନୁହେଁ  ବରଂ ମଡର୍ଣ୍ଣ କ୍ରିକେଟରେ ଏବେ ତିନିଟି ବିଭାଗ ଉପରେ ଜୋର ଦେବାକୁ ପଡିବ । ଏପରିକି ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଦଳକୁ ଆହୁରି ଶକ୍ତିଶାଳୀ କରିବୁ ବୋଲି କହିଛନ୍ତି ୱାସିମ୍ । ଓଡ଼ିଶା କ୍ରିକେଟ ଓ ଓଡ଼ିଶା ଖେଳାଳିଙ୍କୁ ଉପରକୁ ନେବାକୁ ଚେଷ୍ଟା କରିବି । 

କାଲି ଠାରୁ ଅଭ୍ୟାସ ଜାରି ରହିବ । ୩ରୁ ୪ ସପ୍ତାହ ପାର୍ଯ୍ୟନ୍ତ ଟ୍ରେନିଂ ଚାଲିବ । ଏହାସହ ଓଡ଼ିଶାର ଖେଳାଳିଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ୱାସିମ୍ । ଆଇପିଏଲ ଉପରେ ସମସ୍ତଙ୍କର ନଜର ରହୁଥିବାରୁ ଓଡ଼ିଶା ଖେଳାଳି କିଭଳି ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେ ସେ ଦିଗରେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏହା ସହ ଦିନିକିଆ ମ୍ୟାଚ ଉପରେ ଅଧିକ ଫୋକସ ଦେବାକୁ ପଡିବ ବୋଲି ସେ ପ୍ରକାଶ କରିଛନ୍ତି ।

   Related Posts