ପର୍ଦାର ମାଷ୍ଟରବେସନ ସିନକୁ ନେଇ ଖୁବ୍ ନର୍ଭସ ଥିଲେ କିଆରା, ହେଲେ ଯାହା କଲେ ବାସ୍ତବିକ ଆଶ୍ଚର୍ଯ୍ୟଜନକ

Published By : Prameya-News7 Bureau | August 01, 2019 IST

ମୁମ୍ବାଇ:  କିଆରା ଆଡୱାଣୀ ଏବେ ମୁହଁ ଚିହ୍ନା ନାଁ। ୨୦୧୪ ମସିହାରେ ତାଙ୍କର ବଲିଉଡ ଡେବ୍ୟୁ ହୋଇଥିଲା। ଇତିମଧ୍ୟରେ ତାଙ୍କର ୮ଟି ଫିଲ୍ମ ମୁକ୍ତିଲାଭ କରିସାରିଲାଣି। ନିକଟରେ ତାଙ୍କର ‘କବିର ସିଂହ’ମୁକ୍ତି ଲାଭ କରି ବେଶ ପ୍ରଶଂସା ସାଉଁଟୁଛି। ହେଲେ କିଆରାଙ୍କୁ ତାଙ୍କ ‘ଲଷ୍ଟ ଷ୍ଟୋରିଜ୍’ ପାଇଁ କେବେ ଭୁଲିପାରିବେନି ଦର୍ଶକେ।

{"id":139753}

ବଲିଉଡରେ ନୂଆ ନୂଆ କ୍ୟାରିୟରରେ ‘ଲଷ୍ଟ ଷ୍ଟୋରିଜ୍’ ଥିଲା ତାଙ୍କ ପାଇଁ ମସ୍ତବଡ ଚାଲେଞ୍ଜ। ହେଲେ କିଆରା ଯେଉଁଭଳି ଭାବେ ଭୂମିକାର ନିର୍ବାହ କଲେ ନିର୍ଦ୍ଦେଶକ କରନ ଜୋହର ବି ତାଜୁବ ହୋଇଯାଇଥିଲେ।  ଫିଲ୍ମର କାହାଣୀର ଆବଶ୍ୟକତା ଥିବା ଦୃଶ୍ୟ ନିମନ୍ତେ ନିର୍ଦ୍ଦେଶକ ବେଶ ସହଯୋଗ କରିଥିଲେ ଅଭିନେତ୍ରୀଙ୍କୁ। ହେଲେ ନିଜେ ବି ସୁଟିଂର ପୂର୍ବ ଦିନ ବେଶ ନର୍ଭସ ଥିଲେ ବୋଲି ଏବେ ସ୍ୱୀକାର କରିଛନ୍ତି କିୟାରା। ହେଲେ ଏଥି ପାଇଁ ସମ୍ପୂର୍ଣ୍ଣ ମାନସିକ ପ୍ରସ୍ତୁତି କରିସାରିଥିବାରୁ ଦୃଶ୍ୟର ସୁଟିଂରେ କୌଣସି ପ୍ରକାର ଅସ୍ୱଭାବିକତା ସୃଷ୍ଟି ହୋଇନଥିଲା କି ନିର୍ଦ୍ଦେଶକଙ୍କୁ ବିକଳ୍ପ ଚିନ୍ତା କରିବାକୁ ପଡିନଥିଲା ବୋଲି ଅତୀତରେ କରନ କହିସାରିଛନ୍ତି।

{"id":139754,"width":578,"height":380}

ଫିଲ୍ମରେ ଏକ ଭ୍ରାଇବେଟର ସିନ ଥିଲା। ଯାହାକୁ ନେଇ ନାୟିକା ଯେତିକି ଚିନ୍ତାରେ ନଥିଲେ ନିର୍ଦ୍ଦେଶକ ତା ଠୁ ଅଧିକ ଚିନ୍ତାରେ ଥିଲେ। ହେଲେ ଫିଲ୍ମ ଏଡିଟିଂ ଏପରି ଥିଲା ଯେ ନିଜ ଅଭିଭାବକଙ୍କ ସହ ବସି କିଆରା ପୁରା ଫିଲ୍ମ ଦେଖି ସାରିବା ପରେ ବି ନିଜେ ଜାଣି ପାରିନଥିଲେ କେତେବେଳେ ତାଙ୍କର ସେହି ସିନ୍ ଟି ଆସିଲା ଓ ଗଲା। ତେବେ ଏଥିପାଇଁ କିଆରାଙ୍କୁ ବି କମ୍ କଷ୍ଟ କରିବାକୁ ପଡିନଥିଲା ବୋଲି ସେ ନିଜେ ମାନନ୍ତି।

{"id":139756,"width":578,"height":351}

ପୂର୍ବଦିନ ରାତିରେ ମାନସିକ ପ୍ରସ୍ତୁତିରେ କଟିଥିଲା। କିଛି ୟୁଟ୍ୟୁବ୍ ଭିଡିଓ ବି ଦେଖିଥିଲେ। ତେବେ ତା ପରଦିନ ତାଙ୍କ ମନକୁ ଯେମିତି ଆସିଲା ଠିକ୍ ସେହିପରି ଢଙ୍ଗରେ ଅଭିନୟ କରିଥିଲେ। ବାସ୍ତବରେ ସିନଟି ଥିଲା ମାଷ୍ଟରବେସନର। ଯାହା ଫିଲ୍ମ ରିଲିଜ ହେବା ପୂର୍ବରୁ ବେଶ ଚର୍ଚ୍ଚା ସାଉଁଟିଥିଲା। ହେଲେ ଦକ୍ଷ ନିର୍ଦ୍ଦେଶକଙ୍କ ସହ ବେଶ ପେଷାଦାର ଅଭିନୟ କରିଥିଲେ କିଆରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.