Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଣ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ହୋଇଥିଲା ? ରବିବାର ରହସ୍ୟ ଉପରୁ ହଟିବ ପରଦା

16/09/2020 at 5:32 PM

ନୂଆଦିଲ୍ଲୀ ୧୬।୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ରବିବାର ପରଦା ହଟିପାରେ। ଏମ୍ସର ବିଶେଷଙ୍କ ଏକ ଟିମ୍ ରବିବାର ଏହା ଉପରେ ନିଷ୍ପତ୍ତି ନେବେ ଯେ ଜୁନ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ନା ତାଙ୍କର ତହ୍ୟା ହୋଇଥିଲା। ଏହା ପରେ ଏମ୍ସର ଏହି ବିଶେଷଜ୍ଞ ଦଳଙ୍କ କାମ ଏଠାରେ ସରିଯିବ।

ଏମ୍ସର ଫରେନସିକ୍ ବିଶେଷଜ୍ଞ ଡ. ସୁଧୀର ଗୁପ୍ତାଙ୍କ ନେତୃତ୍ଵରେ ଡାକ୍ତରଙ୍କ କମିଟି ରବିବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ। ବୈଠକରେ ସୁଶାନ୍ତ ସିଂହ ରାଜପୁତଙ୍କ ଅଟୋପ୍ସି ରିପୋର୍ଟ ଓ ଭିସରା ପରୀକ୍ଷଣ ରିପୋର୍ଟ ଉପରେ ଆଲୋଚନା କରିବା ପରେ କମିଟି ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ନିଜର ଅନ୍ତିମ ରାୟ ଦେବେ। ଏହି କେସ୍‌ରେ ଯେଉଁ ଫରେନସିକ୍‌ ବିଶେଷଜ୍ଞ ସୁଶାନ୍ତ ସିଂହ ରାଜପୁତଙ୍କ ଭିସରା ପୁନର୍ବାର ଯାଞ୍ଚ କରିଛନ୍ତି, ସେମାନେ ଶୁକ୍ରବାର ସୁଦ୍ଧା ନିଜର ରିପୋର୍ଟ ଏମ୍ସ ଡାକ୍ତରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ।

ସୂତ୍ର ଅନୁଯାୟୀ ଏମ୍ସର ଡାକ୍ତର ଏହି ନିଷ୍କର୍ସରେ ପହଞ୍ଚିଯିବେ ଯେ ସୁଶାନ୍ତ ସିଂହଙ୍କୁ ତାଙ୍କ ମୃତ୍ୟୁ ପୂର୍ବରୁ ବିଷ ଦିଆଯାଇଥିଲା କି ନାହିଁ। ଫରେନ୍ସିକ୍‌ ବିଶେଷଜ୍ଞ ସୁଶାନ୍ତଙ୍କ ୨୦ ପ୍ରତିଶତ ସଂରକ୍ଷିତ ଭିସରା ଆଧାରରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ଫରେନ୍ସିକ ଲ୍ୟାବ୍‌ ମୁମ୍ବାଇରେ ରହିଛି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ ପାଇଁ ଗଠିତ ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ନିଜର ଆଗାମୀ କାର୍ଯ୍ୟପନ୍ଥା ପାଇଁ ଆଗାମୀ ସପ୍ତାହର ପ୍ରାରମ୍ଭରେ ଏମ୍ସ ଡାକ୍ତରଙ୍କୁ ଭେଟିବେ। ପୋଲିସ ଅଧୀକ୍ଷକ ରାଙ୍କର ସିବିଆଇ ଅଧିକାରୀ ନୁପୁର ପ୍ରସାଦ ଓ ଯାଞ୍ଚ ଅଧିକାରୀ ଅନିଲ ଯାଦବଙ୍କ ସହିତ ୩ ଅନ୍ୟ ଏସଆଇଟି ସଦସ୍ୟ ବୁଧବାର ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି। ଏହି ସବୁ ଅଫିସର ଯାଞ୍ଚ ପାଇଁ ଅଗଷ୍ଟ ୨୧ରେ ମୁମ୍ବାଇ ଯାଇଥିଲେ।

ଏହି ହାଇପ୍ରୋଫାଇଲ କେସ୍‌ରେ ଭବିଷ୍ୟର କାର୍ଯ୍ୟାନୁଷ୍ଠାନ ସ୍ଥିର କରିବା ପାଇଁ ନୂପୁର ପ୍ରସାଦ, ଅନିଲ ଯାଦବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ଆୟୋଜିତ ହେବ। ନୂପୁର ପ୍ରସାଦ ଓ ଅନିଲ ଯାଦବ ନିଜର ବରିଷ୍ଠ ଅଧିକାରୀଙ୍କୁ ଏହି ମାମଲାରେ ଉପଲବ୍ଧ ସାକ୍ଷ୍ୟ ଓ ଅଗଷ୍ଟ ୨୨ରେ ଏ ପର୍ଯ୍ୟନ୍ତ ରୁଜୁ ବୟାନ ବିଷୟରେ ନିଜର ସୂଚନା ଦେବେ।

   Related Posts