Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଓସାମା ବିନ ଲାଡେନ ଆତଙ୍କବାଦୀ ଥିଲା ନା ସହିଦ ? ପ୍ରଶ୍ନ ଶୁଣି ଇମ୍ରାନ ମନ୍ତ୍ରୀଙ୍କ ହୋସ୍ ଉଡିଲା, ଦେଲେ ଏମିତି ଉତ୍ତର

21/06/2021 at 4:20 PM

ଇସଲାମାବାଦ ୨୧।୦୬: ଦୁନିଆର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ନ୍ୟୁୟର୍କ ସ୍ଥିତ ବିଶ୍ଵ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଓସାମା ବିନ ଲାଡେନର ମୃତ୍ୟୁକୁ ୧୦ ବର୍ଷରୁ ଅଧିକ ସମୟ ବିତି ସାରିଛି। ଏତେ ବର୍ଷ ବିତିଗଲା  ପରେ ବି ପାକିସ୍ତାନ ଲାଡେନକୁ ନେଇ ଦ୍ଵନ୍ଦ୍ଵରେ ରହିଛି। କେବେ ଓସାମା ବିନ ଲାଡେନକୁ ସହିଦ କହୁଛି ତ ଆଉ କେତେ ବେଳେ ଆତଙ୍କବାଦୀ କହୁଛି। ପାକ୍‌ ସରକାରର ମନ୍ତ୍ରୀମାନଙ୍କ ବୟାନରେ ଓସାମାକୁ ନେଇ କୌଣସି ତାଳମେଳ ନାହିଁ।

ଆଫଗାନିସ୍ତାନ ଏକ ନ୍ୟୁଜ୍ ଚ୍ୟାନେଲରେ ସାକ୍ଷାତକାର  ବେଳେ  ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେସିଙ୍କୁ ଓସାମା ବିନା ଲାଡେନଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା। ସାମ୍ବାଦିକ କୁରେସିଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଓସାମା ବିନ ଲାଡେନଙ୍କୁ ସହିଦ ମାନନ୍ତି କି ଆତଙ୍କୀ ?  ଏହି ପ୍ରଶ୍ନ ଶୁଣି କୁରେସି ହଡବଡେଇ ଯାଇଥିଲେ। ସେ କିଛି ସମୟ ନିରବ ଏବଂ ନିରୁତ୍ତର ରହିଥିଲେ। ବହୁତ ଭାବିବା ପରେ କହିଲେ ମୁଁ ଏହି ପ୍ରଶ୍ନକୁ ଏଠି ଛାଡି ଦେଉଛି। ସରଳ ଭାଷାରେ କହିବାକୁ ଗଲେ ପାକ୍ ବୈଦେଶିକ ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ।

ଶାହା ମେହମୁଦ କୁରେସିଙ୍କ ଏହି ଜବାବ ପାକିସ୍ତାନୀ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନଙ୍କ ସେହି ବୟାନ ପରେ  ଆସିଛି, ଯେଉଁଥିରେ ଇମ୍ରାନ ଲାଡେନଙ୍କୁ ସହିଦ ଦର୍ଶାଇଥିଲେ। ଇମ୍ରାନ ଖାନ ପାକିସ୍ତାନ ସଂସଦରେ ଆତଙ୍କୀ ଓସାମା ବିନ ଲାଡେନଙ୍କୁ ସହିଦ ଦର୍ଶାଇଥିଲେ। ଇମ୍ରାନଙ୍କ ଏହି ବୟାନ ବୈଦେଶିକ ମନ୍ତ୍ରୀ କୁରେସିଙ୍କୁ ସାକ୍ଷାତକାରରେ ହରଡଘଣାରେ ପକାଇଥିଲା।

ସୂଚନାଯୋଗ୍ୟ, ଆସାମ ପୂରା ଦୁନିଆ ଆଖିରେ ଧୁଳି ଦେଇ ପାକିସ୍ତାନର ଏବୋଟାବାଦରେ ଛପି ରହିଥିଲା। ହେଲେ ଆମେରିକାର ଓବାମା ପ୍ରଶାସନ ଓସାମାକୁ ଧରିବା ପାଇଁ ଅଭିଯାନ ଚଳାଇଥିଲା। ଆମେରିକା ଗୁଇନ୍ଦା ରିପୋର୍ଟ ଆଧାରରେ ଓସାମା ପାକିସ୍ତାନର ଏବୋଟାବାଦରେ ଛପି ରହିଥିବା ଜଣା ପଡିଥିଲା। ସେ ପୁଣି ପାକ୍ ମିଲିଟାରୀ କ୍ୟାମ୍ପର ଅଳ୍ପ ଦୂରରେ। ୨୦୧୧ ମେ ୨ରେ ଆମେରିକା ସେନା ସ୍ଵତନ୍ତ୍ର ଅପରେସନ ଚଳାଇ ଲାଡେନକୁ ମାରିଥିଲେ। ହେଲେ ଏହା ପୂର୍ବରୁ ପାକିସ୍ତାନ ସର୍ବଦା ତା ମାଟିରେ ଲାଡେନ ନଥିବା କହି ଆସୁଥିଲା।

   Related Posts