୪୦ କୋଟି ବର୍ଷ ପୂର୍ବରୁ ଚନ୍ଦ୍ରରେ ଥିଲା କି ଜୀବନ ? ଅନୁସନ୍ଧାନରୁ ଜଣାପଡିଲା...

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬/୦୪ : ପୃଥିବୀର ଏକ ମାତ୍ରା ଉପଗ୍ରହ ଚନ୍ଦ୍ରରେ ଜୀବନ ଅନୁକୂଳ ପରିସ୍ଥିତି ନଥିଲା |ଆମେରିକା ନିଜର ଉଚ୍ଚାଭିଳାଷୀ ଯୋଜନା ଅନୁଯାୟୀ ଏଠାରେ କିଛି ସମୟ ମାନବ ରହିବା ପାଇଁ ମାନବ ବେଶ କ୍ୟାମ୍ପ ତିଆରି କରିବା ପାଇଁ ଯୋଜନା କରିଥିଲା | ତଥାପି ଚନ୍ଦ୍ରରେ ଏବେ ମଧ୍ୟ ଜୀବନ ଅସମ୍ଭବ | କିନ୍ତୁ ଅନୁସନ୍ଧାନ ଅନୁଯାୟୀ, ୪ ବିଲିୟନ (୪୦ କୋଟି) ବର୍ଷ ପୂର୍ବରୁ ଚନ୍ଦ୍ରରେ ଜୀବନର ପ୍ରତିକୂଳ ପରିସ୍ଥିତିର ସମ୍ଭାବନା ଥିଲା | 

ଚନ୍ଦ୍ରରେ ବିଶେଷ ବାୟୁମଣ୍ଡଳ ନାହିଁ, ନା ପାଣି ଅଛି, ନା ବିବିଧ ରସାୟନ ଅଛି, ନା ଉପଯୁକ୍ତ ତାପମାତ୍ରା ରହିଛି | କିନ୍ତୁ ଅନୁସନ୍ଧାନରେ ଜଣାପଡିଛି ଯେ ଚନ୍ଦ୍ରରେ ସର୍ବଦା ସମାନ ପରିସ୍ଥିତି ନଥାଏ | ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରମାରେ ଜୀବନ ସମ୍ଭାବନା ଥରେ ନୁହେଁ ବରଂ  ଦୁଇଥର ଥିଲା | ଏଷ୍ଟ୍ରୋବାୟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ୪୦ କୋଟି ବର୍ଷ ପୂର୍ବରୁ ଚନ୍ଦ୍ରମା ନିର୍ମାଣର କିଛି ସମୟ ପରେ ଚନ୍ଦ୍ରମାରେ ଜୀବନ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା | ଏହାପରେ ପାଖାପାଖି ୩.୫ କୋଟି ବର୍ଷ ପୂର୍ବରୁ ଯେତେବେଳେ ଚନ୍ଦ୍ରମାରେ ଜ୍ୱାଳାମୁଖୀ ଗତିବିଧି ତେଜ ହୋଇଥିଲା ସେତେବେଳେ ଜୀବନ ଆଶଙ୍କା ସୃଷ୍ଟି ହୋଇଥିଲା |

{"id":260498,"width":576,"height":308,"sizeSlug":"large"}

ସେତେବେଳେ ଚନ୍ଦ୍ରମାରେ ଅତ୍ୟଧିକ ମାତ୍ରାରେ ଗରମ ଗ୍ୟାସ ଥିଲା | ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଗ୍ୟାସରେ ପାଣି ବାଷ୍ପୀୟ ଆକାରରେ ଥିଲା | ବୈଜ୍ଞାନିକଙ୍କ କହିବାନୁଯାୟୀ ବାଷ୍ପ ଆକାରରେ ଥିବା ଏହି ଜଳ ଜୀବନ ପାଇଁ ପର୍ଯ୍ୟାପ୍ତ ଥିଲା |

ଅନୁସନ୍ଧାନକାରୀମାନେ କିଛି ସ୍ପେସ ମିଶନ ଏବଂ ଚନ୍ଦ୍ରର ଚଟ୍ଟାନ ଓ ମାଟିର ନମୁନାର ବିଶ୍ଳେଷଣ ଆଧାରରେ ଜାଣିବାକୁ ପାଇଥିଲେ ଯେ ଚନ୍ଦ୍ର ପୂର୍ବରୁ ଏତେ ଶୁଷ୍କ ନଥିଲା | ଚନ୍ଦ୍ରରେ ମଧ୍ୟ ସେତେବେଳେ ପୃଥିବୀ ଭଳି ଜୀବନ ସମ୍ଭାବନା ଉତ୍ପର୍ଣ୍ଣ ହୋଇଥିବ | ଉଲ୍କା ପିଣ୍ଡ ଦ୍ୱାରା ସେଠାରେ ମଧ୍ୟ ଜୀବନ ସମ୍ଭାବନା ସୃଷ୍ଟି ହୋଇଥିବ |

{"id":260499,"sizeSlug":"large"}

ପୃଥିବୀରେ ଜୀବନ ସଂକେତ ୩.୫ ଏବଂ ୩.୮ କୋଟି ବର୍ଷ ପୂର୍ବରୁ ଥିଲା | ସେତେବେଳେ ସୌରମଣ୍ଡଳରେ ବହୁତ ଗୁଡ଼ାଏ ଉଲକାପିଣ୍ଡ ଗ୍ରହ ସହ ଧକ୍କା ହୋଇଥିଲେ | କିଛି ଉଲ୍କାପିଣ୍ଡରେ ସରଳ ଜୀବନ ଉପସ୍ଥିତ ଥିବା ସନ୍ଦେହ କରାଯାଇଥିଲା ଏବଂ କିଛି ଜୀବନ ପୃଥିବୀରୁ ଯାଇ ଚନ୍ଦ୍ରରେ ପହଁଚିଥିବା ମଧ୍ୟ ଆଶଙ୍କା କରାଯାଇଥିଲା | ଅନୁସନ୍ଧାନକାରୀଙ୍କ ଅନୁସାରେ ଚନ୍ଦ୍ରରେ ସେତେବେଳେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା | ଚନ୍ଦ୍ରପୃଷ୍ଠା ଶୁଷ୍କ ହେବା ପୂର୍ବରୁ କିଛି ଜୀବନ ନିଶ୍ଚୟ ଉତ୍ପର୍ଣ୍ଣ ହୋଇଥିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.