Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଆମେରିକାରେ ଆତଙ୍କବାଦୀଙ୍କ ୯/ ୧୧ ଆକ୍ରମଣରୁ ବର୍ତ୍ତି ଥିଲେ, ହେଲେ କରୋନା ନେଇଗଲା

5/07/2020 at 5:53 PM

ନ୍ୟୁୟର୍କ : ଆମେରିକାରେ ଆତଙ୍କବାଦୀଙ୍କ ୯/ ୧୧ ଆକ୍ରମଣରୁ ନିଜକୁ ସୁରକ୍ଷିତ ବଞ୍ଚାଇ ପାରିଥିବା ଜନୈକ ବ୍ୟକ୍ତି କିନ୍ତୁ ନିଜକୁ କରୋନାରୁ ବଞ୍ଚାଇ ପାରିନାହାନ୍ତି। ନ୍ୟୁୟର୍କର ବାସିନ୍ଦା ଇଲେକ୍ଟ୍ରିକାଲ ଇଞ୍ଜିନିୟର ଷ୍ଟିଫେନ୍‌ କୁପର ଗତ ମାର୍ଚ୍ଚମାସରେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ସେ ଡେଲରେ ବିଚ୍‌ ମେଡିକାଲ ସେଣ୍ଟରରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିବା ବେଳେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପରିବାର ଲୋକେ କହିଛନ୍ତି। 

ଆତଙ୍କବାଦୀଙ୍କ ୱାର୍ଲଡ ଟ୍ରେଡ୍ ସେଣ୍ଟରରେ ବିମାନ ଆକ୍ରମଣ ବେଳର ଏକ ଫଟୋ ସେତେବେଳର ଶିରୋନାମା ପାଲଟିଥିଲା। ଏଥିରେ ଭୂଷୁଡି ପଡୁଥିବା ବିଶାଳ ଭବନ ସମ୍ମୁଖରେ ଜୀବନ ବଞ୍ଚାଇବାକୁ ଦଉଡୁଥିବା ଲୋକଙ୍କ ମଧ୍ୟରେ କୁପର ମଧ୍ୟ ଥିଲେ। ତେବେ କୁପର ଏହି ଭୀଷଣ ଦୁର୍ଘଟଣାରୁ ସେତେବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ। ବିଭିନ୍ନ ମାଗଜିନ୍‌ ଓ ସମ୍ବାଦପତ୍ରର ପ୍ରଛଦ ପାଲଟିଥିଲା ଏହି ଫଟୋ ଆଜିବି ୯/ ୧୧ ସ୍ମାରକ ସଂଗ୍ରହାଳୟରେ ସାଇତା ହୋଇ ରହିଛି। ହେଲେ ସମାନ ଧରଣର ଭୂତାଣୁ ଆକ୍ରମଣରେ ସେ ନିଜକୁ ରକ୍ଷା କରିନ ପାରିବା ପରିବାରକୁ ଏବେ ବ୍ୟଥିତ କରିଛି।

ଫଟୋ ଗ୍ରାଫର: ସୁଜାନେ ପ୍ଲଙ୍କେଟ୍

କୂପରଙ୍କ ୨୭ ବର୍ଷ ବୟସ୍କା କନ୍ୟା ଜେସିକା ରାସେସ୍‌ ପିତାଙ୍କୁ ମନେ ପକାଇ କୁହନ୍ତି ପ୍ରତିବର୍ଷ ସେପ୍ଚେମ୍ବର ୧୧ ତାରିଖରେ ସେ ବଜାରକୁ ଯାଇ ବିଭିନ୍ନ ପତ୍ରପତ୍ରିକା କିଣି ଘରକୁ ଆଣି ଦେଖନ୍ତି। ଏଥିରେ ତାଙ୍କର ଛବିକୁ ସେ ପରିବାର ଲୋକେ ଓ ସାଙ୍ଗସାଥୀଙ୍କୁ ମଧ୍ୟ ଦେଖାନ୍ତି। ସେ ଫଟୋଟି ତାଙ୍କ ଲାଗି ସାରା ଜୀବନ ଏକ ଆଇଡେଣ୍ଟିଟି କାର୍ଡ ପାଲଟିଥିଲା ବୋଲି ଜେସିକା କହିଛନ୍ତି। ସେ ପତ୍ରିକାରେ ପ୍ରକାଶ ପାଇଥିବା ତାଙ୍କର ଏକ ଫଟୋକୁ ଲାମିନେଟ୍‌ କରି ତାଙ୍କ ପର୍ସରେ ବି ରଖିଥିଲେ।

ତେବେ ଏହି ଫଟୋରେ କୁପରଙ୍କ ସହ ଥିବା ଅନ୍ୟ ଦୁଇଜଣଙ୍କୁ ଫଟୋ ଉଠାଇଥିବା ଆସୋସିଏଟେଡ୍ ପ୍ରେସର ଫଟୋ ଗ୍ରାଫର ସୁଜନେ ପ୍ଲଙ୍କେଟ୍ ପରେ ଚିହ୍ନଟ କରିଥିଲେ। ସେମାନଙ୍କ ସହ ସେ ଯୋଗାଯୋଗରେ ମଧ୍ୟ ଅଛନ୍ତି। ହେଲେ ତୃତୀୟ ବ୍ୟକ୍ତି କୂପରଙ୍କୁ ଜୀବନକାଳରେ କେବେବି ଯୋଗାଯୋଗ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ୯/ ୧୧ ଘଟଣାରେ ତାଙ୍କ ଫଟୋ ସାରା ବିଶ୍ୱରେ ପ୍ରସାରିତ ହୋଇଥିବା ନିଜେ କୂପର ମଧ୍ୟ ଜାଣି ନଥିଲେ ବୋଲି ଦୀର୍ଘ ୩୩ ବର୍ଷ ଧରି ତାଙ୍କର ସହଯୋଗୀ ଜେନେଟ୍ ରସେସ୍‌ କହିଛନ୍ତି। ଦିନେ ଏକ ପୁରୁଣା ଖବର କାଗଜ ପ୍ରଥମ ପୃଷ୍ଠାରେ ତାଙ୍କ ଫଟୋ ଦେଖି ସେ ଅଚାନକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ମୃତ୍ୟୁ ମୁହଁରୁ ବଞ୍ଚିବାକୁ କିପରି ଦଉଡୁଥିଲେ ତାହା ଦେଖି ଭାବବିହ୍ୱଳ ହୋଇଯାଇଥିଲେ ବୋଲି ଜେନେଟ୍ କହିଛନ୍ତି।

   Related Posts