କରୋନା ମୁକାବିଲାରେ ସାମିଲ ହେଲା ଯୁଦ୍ଧପୋତ, ବାହାରିନରୁ ୫୪ ଟନ୍ ଅକ୍ସିଜେନ୍ ନେଇ ପହଞ୍ଚିଲା ଭାରତ

Published By : Prameya-News7 Bureau | May 05, 2021 IST

ମାଙ୍ଗାଲୋର ୦୫।୦୫: ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ଜାରି ରହିଛି। ମୁକାବିଲା ପାଇଁ ସଂଘର୍ଷ ଜାରି ରହିଛି। ଏଥିରେ ଭାରତୀୟ ନୌସେନା ମଧ୍ୟ ମୋର୍ଚ୍ଚା ସମ୍ଭାଳିଛି। ଏହି କ୍ରମରେ ଭାରତୀୟ ନୌସେନାର ଏକ ଜାହାଜ ବାହାରିନରୁ ୫୪ ଟନ୍‌ ଏକ୍ସିଜେନ୍ ନେଇ ବୁଧବାର ଭାରତରେ ପହଞ୍ଚିଛି।

ଭାରତୀୟ ନୌସେନା ବନ୍ଧୁ ଦେଶରୁ ଅକ୍ସିଜେନ୍ ଏବଂ ଡାକ୍ତରୀ ଉପକରଣ ଆଣିବା ପାଇଁ ଅପରେସନ ସମୁଦ୍ର ସେତୁ ଆରମ୍ଭ କରିଛି। ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଆଇଏନଏସ ତଲଓ୍ଵାର ବୁଧବାର ଅପରାହ୍ନରେ ୫୪ ଟନ୍ ଅକ୍ସିଜେନ୍ ଧରି ନ୍ୟୁ ମାଙ୍ଗାଲୋର ବନ୍ଦରରେ ପହଞ୍ଚିଛି।

ନୌସେନାର ପ୍ରମୁଖ ଓ୍ଵାଇ ଆଡମିରାଲ ଏମଏସ ପାଓ୍ଵାର କହିଛନ୍ତି, ନଅଟି ଯୁଦ୍ଧ ପୋତଙ୍କୁ ବିଭିନ୍ନ ବନ୍ଦରକୁ ପଠାଯାଇଛି। ଏଥିରେ ପଶ୍ଚିମରେ କୁଏତ ଓ ପୂର୍ବରେ ସିଙ୍ଗାପୁର ସାମିଲ୍। ଏହା ବ୍ୟତୀତ ଆଇଏନଏସ୍ ଐରାବତ ସିଙ୍ଗାପୁରରୁ ଓ ଆଇଏନଏସ କୋଲକାତା କୁଏତରୁ ତରଳ ଅକ୍ସିଜେନ, ଅକ୍ସିଜେନ୍ ଭରା ସିଲିଣ୍ଡର, କ୍ରାୟୋଜୋନିକ ଟ୍ୟାଙ୍କ ଓ ଅନ୍ୟ ଚିକିତ୍ସା ଉପକରଣ ନେଇ ଭାରତ ଫେରିଛନ୍ତି।

ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଆଉ ତିନି ଯୁଦ୍ଧପୋତକୁ କୁଏତ ଓ ଦୋହାରୁ ଚିକିତ୍ସା ଉପକରଣ  ପାଇଁ ପଠାଯାଇଛି। ନୌସେନା ସଂପ୍ରତି ଅନ୍ୟ ଦେଶରୁ ଅକ୍ସିଜେନଠୁ ନେଇ ଚିକିତ୍ସା ଉପକରଣ ଆଣିବାରେ ସାହାଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.