Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସାଂସଦ ବୀରେନ୍ଦ୍ର ସିଂଙ୍କ ସମେତ ୭ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ସ୍ପେଶାଲ କୋର୍ଟ

10/03/2019 at 1:05 PM

ପ୍ରୟାଗରାଜ ୧୦/୩ : ପ୍ରୟାଗରାଜର ସାଂସଦ-ବିଧାୟକ ସ୍ପେଶାଲ କୋର୍ଟ ଅଲଗା ଅଲଗା ମୋକଦ୍ଦମାର ଶୁଣାଣି ବେଳେ କୋର୍ଟରେ ହାଜର ନ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଏମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ବିଧାୟକ | ସ୍ପେଶାଲ କୋର୍ଟ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନିତିନ ଗଡ଼କରୀ, ଭଦୋହୀର ବିଜେପି ସାଂସଦ ବୀରେନ୍ଦ୍ର ସିଂ ମସ୍ତଙ୍କ ସମେତ ୭ଜଣଙ୍କ ବିରୋଧରେ ୱାରେଣ୍ଟ ଜାରିକରିଛନ୍ତି | ଏଥିସହ ଶୁଣାଣି ବେଳେ କୋର୍ଟରେ ହାଜର ହେବା ପାଇଁ କହିଛନ୍ତି | ସାଂସଦ ବୀରେନ୍ଦ୍ର ସିଂଙ୍କ ୨ଟି ମାମଲାର ଶୁଣାଣି ଅଛି | ଏହି ମାମଲାର ଆସନ୍ତା ଶୁଣାଣି ମାର୍ଚ୍ଚ ୨୬ ତାରିଖରେ ଅଛି | ସ୍ପେଶାଲ କୋର୍ଟର ଜଜ ପବନ କୁମାର ତିୱାରୀ ଏହି ମାମଲାର ଶୁଣାଣି କରିବେ |


୨୦୧୪ ଲୋକସଭା ନିର୍ବାଚନ ବେଳେ ଭଦୋହୀରୁ ବୀରେନ୍ଦ୍ର ସିଂ ବିଜେପି ପ୍ରାର୍ଥୀ ଥିଲେ | ତାଙ୍କ ସମର୍ଥନରେ ପ୍ରଚାର ପ୍ରସାର କରିବା ପାଇଁ ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରୀଙ୍କର ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା | ଏପ୍ରିଲ ୨୮ ତାରିଖରେ ଗଡ଼କରୀ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜନସଭା ସ୍ଥଳରେ ପହଂଚିଥିଲେ | କିନ୍ତୁ ସେ ନିର୍ଧାରିତ ସମୟରେ ନ ପହଂଚି ବହୁତ ବିଳମ୍ବରେ ପହଂଚିଥିଲେ | ଯାହାଫଳରେ ତାଙ୍କ କାର୍ଯ୍ୟକ୍ରମ ପ୍ରଶାସନ ଦ୍ୱାରା ନିଆଯାଇଥିବା ଅନୁମତି ସମୟସୀମାରୁ ବଢି ଯାଇଥିଲା | ସେଥିପ[ଆଇନ ତତ୍କାଳୀନ ମାଜିଷ୍ଟ୍ରେଟ ଜନସଭା ବନ୍ଦ କରିବା ପାଇଁ କହିଥିଲେ | କିନ୍ତୁ ଗଡ଼କରୀ ମାଇଜେଷ୍ଟ୍ରେଟଙ୍କ ନିର୍ଦେଶ ନ ମାନି ଜନସଭା କରିଥିଲେ | ଆଚାର ସଂହିତା ଉଲଂଘନ ମାମଲାରେ ଗଡ଼କରୀ, ବୀରେନ୍ଦ୍ର ସିଂ ଆଦି ନେତାଙ୍କ ବିରୋଧରେ ଏପ୍ରିଲ ୨୮ ତାରିଖରେ ଥାନାରେ ମୋକଦ୍ଦମା ରୁଜ୍ଜୁ କରାଯାଇଥିଲା |


ସେହି ମାମଲା ଏବେ ପର୍ଯ୍ୟନ୍ତ ପ୍ରୟାଗରାଜ ସ୍ପେଶାଲ କୋର୍ଟରେ ଚାଲିଛି | ଏହି ମାମଲାର ଶୁଣାଣିରେ ହାଜିର ନହେବାରୁ ଉଭୟ ବିଜେପି ନେତାଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି |


ଅପରପକ୍ଷରେ ଆଉ ଏକ ମାମଲାରେ ସାଂସଦ ବୀରେନ୍ଦ୍ର ସିଂ, ମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କ ସମେତ ୬ଜଣଙ୍କ ବିରୋଧରେ ସ୍ପେଶାଲ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି | ୨୦୧୦ ମସିହା ଅଗଷ୍ଟ ୭ ତାରିଖରେ ବାଲିଆରୁ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ | ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଏବଂ ତାଙ୍କ ସମର୍ଥନରେ ବୀରେନ୍ଦ୍ର ସିଂ ଏବଂ ତାଙ୍କ ସହଯୋଗୀ ବିରୋଧ ପ୍ରଦର୍ଶନ କରିଥିଲେ | ସେପ୍ଟେମ୍ବର ୧୬ ତାରିଖରେ ବୀରେନ୍ଦ୍ର ସିଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରେ ଏହି ମାମଲାରେ ଅଭିଯୋଗ କରିଥିଲେ | ଯାହାଫଳରେ ମାମଲା ବିଗିଡି ଯାଇଥିଲା | ପ୍ରଦର୍ଶନକାରୀ ଏନେଇ ହଂଗାମା କରିଥିଲେ ଏବଂ ଗାଳିଗୁଲଜ ମଧ୍ୟ କରିଥିଲେ | ସ୍ଥାନୀୟ ଲୋକେ ପୋଲିସ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ | ପୋଲିସ ଇନ୍ସପେକ୍ଟର ବୀରେନ୍ଦ୍ର ସିଂଙ୍କ ସମେତ ପ୍ରଦେଶ ସରକାରର ମନ୍ତ୍ରୀ ଉପେନ୍ଦ୍ର ତିୱାରୀ, ବିଜୟ ଗୁପ୍ତା, ରଙ୍ଗନାଥ ମିଶ୍ର, ଦେବେନ୍ଦ୍ର ଯାଦବ ଏବଂ ପୂର୍ବତନ ବିଧାୟକ ଅନିଲ କୁମାରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ଏହି ମାମଲା ଟ୍ରାନ୍ସଫର ହୋଇ ଏବେ ପ୍ରୟାଗରାଜର ସ୍ପେଶାଲ କୋର୍ଟକୁ ଆସିଛି | ଏହି ମାମଲାର ଶୁଣାଣି ପାଇଁ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା | କିନ୍ତୁ କୌଣସି ସାଂସଦ, ବିଧାୟକ କୋର୍ଟକୁ ଆସିନଥିଲେ | ସେଥିପାଇଁ ଏମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି | ଏହି ୱାରେଣ୍ଟ ଅନୁଯାୟୀ ଅଭିଯୁକ୍ତମାନେ ଜମାନତ ନେଇପାରିବେ | ଏହି ମାମଲାର ଆସନ୍ତା ଶୁଣାଣି ମାର୍ଚ୍ଚ ୨୩ ତାରିଖରେ ହେବ |

   Related Posts