ଫାଣ୍ଡିରୁ ୱାରେଣ୍ଟ ଥିବା ଆସାମୀ ଫେରାର, ଧରିବାକୁ ଗଲାବେଳେ ପୋଲିସ୍‌କୁ ଆକ୍ରମଣ

Published By : Prameya-News7 Bureau | September 21, 2021 IST

ଚଣ୍ଡିଖୋଲ,୨୧/୦୯: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଫାଣ୍ଡିରୁ ୱାରେଣ୍ଟ୍‌ ଥିବା ଆସାମୀ ଫେରାର ହୋଇଯାଇଛି । ଚଣ୍ଡିଖୋଲ ଫାଣ୍ଡି ଅଧୀନ ନିଶିମଳା ଅଂଚଳର ଦିବ୍ୟ ରଞ୍ଜନ ଜେନା ଓରଫ ସିକୁଆଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ଥିବା ବେଳେ ତା ନାମରେ ୱାରେଣ୍ଟ ଜାରି ହୋଇଥିଲା ।

ଗତକାଲି ୱାରେଣ୍ଟ ଥିବା ଆସାମୀ ଦିବ୍ୟ ରଞ୍ଜନ ଜେନାଙ୍କୁ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଅଟକ ରଖିଥିଲା । ଆଜି ଆସାମୀ ଜଣକ ଶୌଚ ପାଇଁ ଯାଇଥିବା ବେଳେ, ଶୌଚାଳୟ କବାଟ ଭାଙ୍ଗି ଦୌଡ଼ି ପଳାଉ ଥିଲା । ଏହି ସମୟରେ ଚଣ୍ଡିଖୋଲ ଫାଣ୍ଡିର ଦୁଇ ଜଣ ପୋଲିସ କର୍ମଚାରୀ ଧରିବାକୁ ଚେଷ୍ଟା କରିଥିବା ବେଳେ ଆସାମୀ ଜଣକ ସେମାନଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏ ନେଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଫେରାର ଆସାମୀକୁ ଧରିବା ପାଇଁ ଉଦ୍ୟମ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.