ସଫଳ ନିବେଶକ ସୁନାରେ Fail ! ୱାରେନ ବଫେଟ ବିକିଦେଲେ ତାଙ୍କର ସମସ୍ତ Gold ହୋଲ୍ଡିଂସ

Published By : Prameya-News7 Bureau | February 20, 2021 IST

ଗତ ୧ ବର୍ଷ ହେଲା ବିଶ୍ୱ ବଜାରରେ ସୁନା ଦର ଉଠାପଡ ହେଉଛି। ଏଥିରେ ବିଶ୍ୱର ସଫଳ ନିବେଶକଙ୍କ ମଧ୍ୟରେ ଅନ୍ୟତମ ୱାରେନ ବଫେଟ୍‌ ତାଙ୍କର ସମସ୍ତ ଗୋଲ୍ଡ ହୋଲ୍ଡିଂସକୁ ବିକିଦେଇଛନ୍ତି। ତାଙ୍କର ୱାର୍କସାୟର ହାଥୱେ କମ୍ପାନୀ ନିକଟରେ କରିଥିବା ରେଗୁଲେଟରୀ ଫାଇଲିଂରୁ ଏହି ସୂଚନା ମିଳିଛି। ସୂଚନା ଅନୁସାରେ କମ୍ପାନୀ ୨୦୨୦ ଚତୁର୍ଥ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର)ରେ ସମସ୍ତ ସୁନା ଇଟା ବିକି ଦେଇଥିବା କହିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ କମ୍ପାନୀ ତୃତୀୟ ତ୍ରୈମାସିକରେ ଗୋଲ୍ଡ ହୋଲ୍ଡିଂସରୁ କିଛି ବିକିଥିଲା। ବଫେଟ ଗତ ଗ୍ରୀଷ୍ମ ଋତୁରେ ପ୍ରଥମେ ସୁନାରେ ନିବେଶ କରିଥିଲେ। ସେ ସୁନା କିଣିବା ବେଳେ ପ୍ରତି ଆଉନ୍ସ ମୂଲ୍ୟ ୨ହଜାର ୬୫ ଡଲାର ଥିଲା। ତେବେ ବଫେଟ ଯେତେବେଳେ ଗୋଲ୍ଡ ହୋଲ୍ଡିଂସ ବିକିଲେ ସେତେବେଳେ ପ୍ରତି ଆଉନସ୍ ମୂଲ୍ୟ ୧ହଜାର ୮୦୦ ଡଲାରକୁ ଖସି ଆସିଥିଲା। ଫଳରେ ବେଫେଟ ସିଧା ୧୨.୮ ପ୍ରତିଶତ କ୍ଷତିରେ ପଡିଥିଲେ।

ବଫେଟ ଯେତେବେଳେ ପ୍ରଥମ ଥର ସୁନାରେ ନିବେଶ ଆରମ୍ଭ କରିବାକୁ ଯାଇଥିଲେ ସେତେବେଳେ ତାଙ୍କ ନିବେଶ ଦେଖି ଅନେକ ଚିନ୍ତାବ୍ୟକ୍ତ କରିଥିଲେ। ତାଙ୍କୁ ଜାଣିଥିବା ଲୋକେ ନିଶ୍ଚିତ କ୍ଷତିରେ ପଡିବେ ବୋଲି ମଧ୍ୟ ସତର୍କ କରିଥିଲେ। ଶେଷରେ ସେଇଆ ହିଁ ହୋଇଛି। କାରଣ ସୁନାକୁ ନେଇ ପ୍ରଥମରୁ ବଫେଟ ନକରାତ୍ମକ ପ୍ରତିକ୍ରିୟା ରଖୁଥିଲେ। ୧୯୯୮ ମସିହାରେ ବଫେଟ ତାଙ୍କ ଭାଷଣରେ ସୁନାକୁ ବେକାର ଜିନିଷ ବୋଲି କହିଥିଲେ। ଏହାର କୌଣସି ବ୍ୟବହାରିକ ଉପଯୋଗ ନଥିବା କହିଥିଲେ।

ତେବେ କେବଳ ବଫେଟ ନୁହନ୍ତି ଅନ୍ୟ ବଡବଡ କମ୍ପାନୀ ମଧ୍ୟ ଏବେ ସେମାନଙ୍କର ଗୋଲ୍ଡ ହୋଲ୍ଡିଂସକୁ ବିକିବାକୁ ବାହାରିଥିବା ଜଣାପଡିଛି। ବିଭିନ୍ନ କମ୍ପାନୀଙ୍କ ରେଗ୍ୟୁଲେଟରୀ ଫାଇଲିଂରୁ ଏହି ତଥ୍ୟ ଜଣାପଡିଛି। ଏଥିରେ ବିଶ୍ୱର ସର୍ବ ବୃହତ୍ତ ଆସେଟ ମ୍ୟାନେଜର ଏସଡିପିଆର ୩,୪୧୪ କୋଟି ଟଙ୍କା ମୂଲ୍ୟର ସୁନା ସେୟାର ବିକ୍ରିକରି ସିଲଭର ଟ୍ରଷ୍ଟରେ ୨.୯କୋଟି ଡଲାର ନିବେଶ କରିଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.