ବିଲ୍ ଏଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ଛାଡିଲେ ୱାରେନ୍ ବଫେଟ୍

Published By : Prameya-News7 Bureau | June 23, 2021 IST

ୱାସିଂଟନ : ବିଶ୍ୱର ସବୁଠୁ ବଡ଼ ନିବେଶକ ଭାବେ ଜଣାଶୁଣା ୱାରେନ୍‌ ବଫେଟ୍ ବୁଧବାର ନିଜକୁ ବିଲ୍ ଏଣ୍ଡ ମିଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନରୁ ପୃଥକ କରିଥିବା ଘୋଷଣା କରିଛନ୍ତି। ସେ ଫାଉଣ୍ଡେସନର ଟ୍ରଷ୍ଟି ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ଏପରି ଏକ ସମୟରେ ସଂସ୍ଥାରୁ ଇସ୍ତଫା ଦେଇଛନ୍ତି ଯେତେବେଳେ ଅନୁଷ୍ଠାନ ଏହାର ସଂସ୍ଥାପକ ବିଲ୍‌ ଓ ମିଲିଣ୍ଡା ଗେଟ୍‌ସଙ୍କ ଛାଡପତ୍ର ଯୋଗୁ ଉପୁଜିଥିବା ପରିସ୍ଥିତି ଦେଇ ଗତିକରୁଛି।

{"id":470237,"sizeSlug":"large","linkDestination":"none"}

୯୦ ବର୍ଷ ବୟସ୍କ ବଫେଟ ଏ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ  ବିଲ ମିଲିଣ୍ଡାଙ୍କ ଫାଉଣ୍ଡେସନ ଓ ତାଙ୍କର ଉଦ୍ଦେଶ୍ୟ ଶତପ୍ରତିଶତ ଏକ ବୋଲି ଉଲ୍ଲେଖ କରିଛନ୍ତି। ସେହି ଅନୁସାରେ ସେ ତାଙ୍କର ୱାର୍କସାୟର ହାଥୱେର ସମସ୍ତ ସେୟାର ଦାନ ଲାଗି କରିଥିବା ଘୋଷଣାର ଅଧା କାମ କରିପାରିଛନ୍ତି। ଗତ ୧୫ ବର୍ଷରେ ବଫେଟ ତାଙ୍କ ନିଜ ଆୟରୁ ୨୭ ବିଲିୟନ ଡଲାରରୁ ବି ଅଧିକ ଧନ ଚାରିଟି ଲାଗି ବ୍ୟୟ କରିଛନ୍ତି। ସେ ବିଲ ଓ ମିଲିଣ୍ଡା ଗେଟସ୍‌ ଫାଉଣ୍ଡେସନର ୩ ନିର୍ଦ୍ଦେଶକଙ୍କ ମଧ୍ୟରେ ଅନ୍ୟତମ ଥିଲେ।

{"id":470238,"width":839,"height":487,"sizeSlug":"large","linkDestination":"none"}

ଗତମାସରେ ବିଲ୍ ଓ ମିଲିଣ୍ଡା ସେମାନଙ୍କ ବିବାହ ବିଚ୍ଛେଦ ଘୋଷଣା କରିଛନ୍ତି। ସେମାନେ ବିବାହର ୨୭ ବର୍ଷ ପରେ ପରସ୍ପରଙ୍କ ଠାରୁ ପୃଥକ ହେଉଛନ୍ତି। ଫାଉଣ୍ଡେସନ ଅନୁସାରେ ଟ୍ରଷ୍ଟର ନିବେଶ ନିଷ୍ପତ୍ତିରେ ବଫେଟଙ୍କ କୌଣସି ଭୂମିକା ନଥିଲା। ଗତମାସରେ ଫାଉଣ୍ଡେସନର ସିଇଓ ମାର୍କ ସୁଜମେନ୍‌ ଅନୁଷ୍ଠାନର ସ୍ଥାୟିତ୍ୱ, ସ୍ଥିରତା ଓ ନିରନ୍ତର ସକ୍ରିୟ ରଖିବା ଲାଗି ଉଦ୍ୟମ କରୁଥିବା ଟ୍ରଷ୍ଟର କର୍ମଚାରୀଙ୍କୁ କହିଥିଲେ। ତେବେ ସୁଜମେନଙ୍କ ପ୍ରତି ତାଙ୍କର ସହଯୋଗ ଅତୁଟ ରହିବ ବୋଲି ବଫେଟ୍‌ କହିଛନ୍ତି। ତେବେ ସେ କୌଣସି ସ୍ଥାନରେ ଗେଟସ୍‌ ଦମ୍ପତ୍ତିଙ୍କ ବିଚ୍ଛେଦ ନେଇ ବଫେଟ୍ ସାମାନ୍ୟତମ ଉଲ୍ଲେଖ ମଧ୍ୟ କରିନାହାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.