ଲାସେଣ୍ଟ ସମେତ ୨୨୦ ପତ୍ରିକା ଦେଲେ ଚେତାବନୀ: ପ୍ରକୃତି କରୋନା ଶେଷ ହେବାକୁ ଅପେକ୍ଷା କରିବ ନାହିଁ, କଠୋର ପଦକ୍ଷେପ ଜରୁରୀ

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬।୦୯: ଦୁନିଆର ପ୍ରମୁଖ ପତ୍ରିକା ବିଶ୍ଵ ନେତାମାନଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଦ ଲାସେଣ୍ଟ ଏବଂ ନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଅଫ ଇଣ୍ଡିଆ ସହିତ ୨୨୦ରୁ ଅଧିକ ପ୍ରମୁଖ ଜର୍ଣ୍ଣାଲ୍ସ ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ଵ ସମୁଦାୟକୁ ଚେତାବନୀ ଦେଇଛନ୍ତି। ଜର୍ଣ୍ଣାଲରେ ପ୍ରକାଶିତ ଏକ ସଂପାଦକୀୟ ଅନୁଯାୟୀ, ବିଶ୍ଵ ନେତାମାନେ ଜଳବାୟୁ ପରିବର୍ତ୍ତନରେ ସୁଧାର ଆଣିବା, ଜୈବ ବିବିଧତା କାଏମ ରଖିବା ଏବଂ ସ୍ଵାସ୍ଥ୍ୟ ରକ୍ଷା ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଏହା ଜରିଆରେ ସାରା ଦୁନିଆର ସରକାରଙ୍କୁ ଚେତାଇ ଦିଆଯାଇଛି ଯେ, ଆମକୁ ଜଳବାୟୁ ପରିବର୍ତ୍ତନ ଉପରେ ଜରୁରୀ କାମ କରିବାକୁ ପଡିବ। କାରଣ ପ୍ରକୃତି କରୋନା ମହାମାରୀ ସମାପ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ। ଜଳବାୟୁ ଉପରେ ପ୍ରକାଶିତ ଏହି ସଂପାଦକୀୟ ମିଳିତ ଜାତିସଂଘ ମହାସଭାରେ ପ୍ରଥମେ ପ୍ରକାଶିତ କରାଯାଇଛି।

ଏଥିରେ ଚେତାବନୀ ଦିଆଯାଇଛି ଯେ, ଭବିଷ୍ୟତରେ ବୈଶ୍ଵିକ ସାର୍ବଜନୀନ ସ୍ଵାସ୍ଥ୍ୟ ପାଇଁ ସବୁଠୁ ବଡ କାର୍ଯ୍ୟ ବିଶ୍ଵ ତାପମାତ୍ରା  ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସର ତଳେ ରଖିବା। ହେଲେ ପ୍ରକୃତିକୁ ବଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାରେ ବିଶ୍ଵ ନେତା ନିରନ୍ତର ବିଫଳ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ସଂପ୍ରତି ସବୁଠୁ ବଡ ପ୍ରସଙ୍ଗ ରହିଛି। ଆମକୁ ଅନେକ ପଦକ୍ଷେପ ନେବାକୁ ପଡିବ। ନ ହେଲେ ଏହା ପୂର୍ବରୁ ବହୁତ ବିଳମ୍ବ ହୋଇଯିବ। ଆମେ ନିଜର ଆଗାମୀ ପିଢି ପାଇଁ ଋଣି ହୋଇ ରହିବୁ।

ଲେଖକ କହିଛନ୍ତି, ନିର୍ଗତକୁ କମ କରିବା ଏବଂ ପ୍ରକୃତିର ସଂରକ୍ଷଣ ପାଇଁ ନିକଟରେ ହୋଇଥିବା କାମକୁ ଅଣଦେଖା କରାଯାଇ ପାରିବ ନାହିଁ। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ, ଯାହା ଯୋଜନା କରାଯାଇଛି ତାହା ଲଘୁ ଏବଂ ଦୀର୍ଘକାଳୀନ ଯୋଜନା ସହ ମେଳ ଖାଉନାହିଁ। ସରକାରଙ୍କୁ ଅପିଲ୍ କରାଯାଇଛି ଯେ, ସେମାନେ ସମାଜ ଓ ଅର୍ଥବ୍ୟବସ୍ଥାକୁ ବଦଲାଇବା  ପାଇଁ ହସ୍ତକ୍ଷେପ କରୁ। ଉଦାହରଣ ସ୍ଵରୂପ ସରକାରଙ୍କୁ ପରିବହନ ପ୍ରଣାଳୀ, ସହର, ଭୋଜନର ଉତ୍ପାଦନ ଏବଂ ବିତରଣ, ବିତ୍ତୀୟ ନିବେଶ ଏବଂ ସ୍ଵାସ୍ଥ୍ୟ ପ୍ରଣାଳୀରେ ନୂତନ ପରିବର୍ତ୍ତନକୁ ସମର୍ଥନ କରିବା ଉଚିତ୍।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.