ପାଣିପାଗ/ ଆହୁରି ୪୮ ଘଣ୍ଟା ଥଣ୍ଡା: କୁହୁଡି ପାଇଁ ଗାଡି ଚାଳକଙ୍କୁ କରାଗଲା ସତର୍କ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର୨୧|୧: ରାଜ୍ୟରେ ଆହୁରି ୪୮ ଘଣ୍ଟା ଜାରି ରହିବ ଥଣ୍ଡାର ପ୍ରଭାବ । ରାତିରେ ପାରଦ ୨ରୁ ୩ ତିନି ଡ଼ିଗ୍ରୀ ପଯ୍ୟନ୍ତ ଖସିବା ସହିତ ଉପକୂଳ ସମେତ ଖୋଦ୍ଧା, କଟକ, ଜଗତସିଂହପୁର , ଭଦ୍ରକ,ଆଦି ଜିଲ୍ଲାମାନଙ୍କରେ ଘନକୁହୁଡ଼ି ଦେଖାଯିବ । ଏହାର ଭିଜିବିଲିଟି ୨୦୦ମିଟର  ଭିତରେ ରହିବା ତେଣୁ ଗାଡ଼ିଚାଳକମାନଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

{"id":76534,"width":595,"height":446}

ଯଦିଓ ଆସନ୍ତା ୫ଦିନ ପର୍ଯ୍ୟନ୍ତ  ପାଗ ଶୁଖିଲା ରହିବ, କିନ୍ତୁ ଦିନର ତାପମାତ୍ର ବଢିବା ସହିତ ରାତିର ତାପମାତ୍ରା କିମବ ।  ସେପଟେ ୮ଟି ସ୍ଥାନରେ ପାରଦ ୧୦ ଡ଼ିଗ୍ରି ତଳେ ରହିଛି । ଫୁଲବାଣୀରେ ତାପାମତ୍ରା ୭.୩ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବାବେଳେ, ଅନୁଗୁଳରେ ପାରଦ ୮.୬, ଦାରିଙ୍ଗବାଡ଼ିରେ ୯.୦ ଡ଼ିଗ୍ରୀ ତାପାମାତ୍ରା ରେକଡ଼ କରାଯାଇଛି ।

{"id":76535,"width":595,"height":446}

ବିଗତ କିଛି ଦିନ ହେଲା ଘନ କୁହୁଡ଼ି ପାଇଁ ର୍ଦୁଘଟଣା ଘଟୁଥିବାରୁ ଗାଡ଼ିଚାଳକମାନଙ୍କୁ ସତର୍କ ରହିବା ସହିତ କୁହୁଡ଼ି ସମୟରେ ଗାଡ଼ି ନ ଚଳାଇବା ପାର୍ଇ ପରାମର୍ଶ ଦେଇଛନ୍ତି ପାଣିପାଗ  ନିର୍ଦ୍ଦେଶକ ।

{"id":76536,"width":599,"height":330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.