ଚେତାଇଲେ ଏମ୍ସ ନିର୍ଦ୍ଦେଶକ- କେବଳ ହାର୍ଡ ଇମ୍ୟୁନିଟି କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ, ଏସବୁ ପାଳନ ଅତି ଜରୁରୀ

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧।୦୨: ପୁଣି ଥରେ ଲେଉଟିଲା କରୋନା ! ଫଳରେ ମହାରାଷ୍ଟ୍ରର ୫  ଜିଲ୍ଲାରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏହାକୁ ନେଇ ଏବେ ସମସ୍ତ ରାଜ୍ୟ ସତର୍କ ହୋଇ ଉଠିଛନ୍ତି। ଏହା ମଧ୍ୟରେ ଏମ୍ସ ଡାକ୍ତର ଡ ରଣଦୀପ ଗୁଲେରିଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି କରୋନା ସଂକ୍ରମଣ କମିଥିଲେ ମଧ୍ୟ ଲୋକେ ବେପରୁଆ ହୁଅନ୍ତୁ ନାହିଁ। ଜୟପୁର ଲିଟ୍ରେଚର ଫେଷ୍ଟିଭାଲ୍‌ରେ ରବିବାର ସନ୍ଧ୍ୟାରେ 'ଇଣ୍ଡିଆଜ୍ ଫାଇଟ୍ ଏଙ୍ଗେଷ୍ଟ ଦ କୋଭିଡ୍' ସେସନରେ ସେ କହିଛନ୍ତି, ଅକାରଣରେ କୌଣସି ଯାତ୍ରା କରନ୍ତୁ ନାହିଁ। କାରଣ ନୂତନ ଷ୍ଟ୍ରେନ ମହାରାଷ୍ଟ୍ର, କେରଳ ଓ ପଞ୍ଜାବରେ ଆସି ସାରିଛି। କେବଳ  ହାର୍ଡ ଆଣ୍ଟିବଡି କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଗୁଲେରିଆ କହିଛନ୍ତି।

ଗୁଲେରିଆ କହିଛନ୍ତି, କରୋନା ସମାପ୍ତ ହୋଇ ନାହିଁ। ଭ୍ୟାକସିନ ପରେ ବି ସତର୍କତା ହିଁ ଆମକୁ ଏହି ସଂକ୍ରମଣରୁ ମୁକ୍ତ ରଖି ପାରିବ। ମାସ୍କ ପିନ୍ଧିଲେ ମଧ୍ୟ ସ୍ଵଚ୍ଛତା, ସାମାଜିକ ଦୂରତ୍ଵ, ଆଇସୋଲେସନ ପରି ଅଭ୍ୟାସ୍‌ ଜାରି ରଖିବାକୁ ପଡିବ। ବ୍ରାଜିଲ୍‌ରେ ୭୦ ପ୍ରତିଶତ ଲୋକ କରୋନାରୁ ସୁରକ୍ଷିତ ହୋଇ ଯାଇଥିଲେ, ମାତ୍ର ପୁଣି ଥରେ ସେଠାକାର ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ଯାହା କିଛି ଆଣ୍ଟି ବଡି ସୃଷ୍ଟି ହୋଇଥିଲା ତାହା ବହୁତ ଶକ୍ତିଶାଳୀ ନୁହେଁ। ତେଣୁ ଟିକାକରଣ ଚାଲିଥିଲେ ମଧ୍ୟ ଭାରତୀୟଙ୍କୁ କରୋନା କଟକଣା ପାଳନ କରିବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ପୁଣି ଥରେ କରୋନା ସଂକ୍ରମଣ ପ୍ରକୋପ ଦେଖିବାକୁ ମିଳିଛି। ଫେବୃଆରୀ ପୂର୍ବରୁ ଏବଂ ଦ୍ଵିତୀୟ ସପ୍ତାହରେ ପ୍ରତିଦିନ ସର୍ବାଧିକ ୨୦୦୦ ସଂକ୍ରମିତ ଚିହ୍ନଟ ହେଉଥିଲେ, ହେଲେ ଏବେ ନିତି ଦିନ ୬୦୦୦ରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଠାରେ ଅନେକ ସହରରେ ସରକାର କଡା କଟକଣା ଲାଗୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.