ହଷ୍ଟେଲରେ ଅନ୍ତେବାସୀଙ୍କୁ ମାଡ ମାରିବା ଘଟଣା : ୱାର୍ଡେନଙ୍କୁ ଗିରଫ କଲା ପୋଲିସ
20/08/2019 at 2:41 PM

ଭୁବନେଶ୍ବର ୨୦|୮: ହଷ୍ଟେଲ ଭିତରେ ୨ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ ମାରିବା ଘଟଣାରେ ହଷ୍ଟେଲର ୱାର୍ଡେନ ବିଶ୍ବରଞ୍ଜନ ରଣାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।
ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଥାନା ଅଧୀନରେ ଥିବା ଗାନ୍ଧି ବିଜ୍ଞାନ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଓ୍ବାର୍ଡେନ୍ ଦୁଇ ଅନ୍ତେବାସୀଙ୍କୁ ମାଡ ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବାଡି ଧରି ଛାତ୍ରଙ୍କୁ ପିଟୁଛନ୍ତି ୱାର୍ଡେନ । ଏହି ଭିଡିଓ ଭାଇରାଲ୍ ହେବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାକୁ ସ୍ବୀକାର କରିବା ସହ ୱାର୍ଡେନ ବିଶ୍ବରଞ୍ଜନ ରଣାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ କଲେଜ ଅଧ୍ୟକ୍ଷ ।