Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦିବ୍ୟା ଭାରତୀ ଏବଂ ତାଙ୍କ ସ୍ବାମୀ ସାଜିଦଙ୍କ ବିଷୟରେ ବଡ଼ ଖୁଲାସା କଲେ ତାଙ୍କ ଦ୍ବିତୀୟ ପତ୍ନୀ ଓ୍ବର୍ଦା

25/04/2020 at 8:33 PM

ମୁମ୍ବାଇ ୨୫/୪: ସାଜିଦ ନାଦିୟାଦଓ୍ବାଲାଙ୍କ ଦ୍ବିତୀୟ ପତ୍ନୀ ଓ୍ବର୍ଦା ନାଦିଆଦଓ୍ବାଲା ଏକ ସାକ୍ଷାତକାରରେ ଦିବ୍ୟା ଭାରତୀଙ୍କୁ ନେଇ ଅନେକ କଥା ସେୟାର କରିଛନ୍ତି। ଦିବ୍ୟା,ସାଜିଦଙ୍କ ପ୍ରଥମ ପତ୍ନୀ ଥିଲେ ଯାହାଙ୍କ ୨୭ବର୍ଷ ପୂର୍ବରୁ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଥିଲା। ଓ୍ବର୍ଦା କହିଥିଲେ ଯେ ଦିବ୍ୟାଙ୍କ ସ୍ମୃତି ଆଜି ବି ପରିବାରରେ ଉଜ୍ଜିବୀତ ରହିଛି ଏବଂ ସେ କେବେ ବି ଦିବ୍ୟାଙ୍କ ସ୍ଥାନ ନେବାକୁ ଉଦ୍ୟମ କରି ନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକେ ଅଧିକାଂଶ ସମୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି ଏବଂ ତାଙ୍କୁ ଟ୍ରୋଲ୍ କରିଥାନ୍ତି କିନ୍ତୁ ସେ କହିଥାନ୍ତି ଯେ ଦିବ୍ୟା ଆଜି ବି ତାଙ୍କ ଜୀବନର ଅଂଶ ବିଶେଷ। ଦିବ୍ୟାଙ୍କ ପରିବାର,ତାଙ୍କ ବାପା,ଭାଇ କୁଣାଲ୍ ତାଙ୍କ ପରିବାର ଭଳି,ସେ ସବୁ ପ୍ରକାର ଖୁସିରେ ସାମିଲ ହୁଅନ୍ତି। ଦିବ୍ୟାଙ୍କ ଜନ୍ମଦିନ କିମ୍ବା ପୁଣ୍ୟତିଥିରେ ସେମାନେ ପରସ୍ପର ସହ କଥା ହୋଇଥାନ୍ତି। ଯେତେବେଳେ ତାଙ୍କ ପିଲାମାନେ ଦିବ୍ୟାଙ୍କୁ ଫିଲ୍ମରେ ଦେଖନ୍ତି ତାଙ୍କୁ ବଡ଼ ମାଆ କହି ଡାକନ୍ତି। ଓ୍ବର୍ଦା ମଧ୍ୟ କହିଥିଲେ ଯେ ସାଜିଦ ଏବଂ ଦିବ୍ୟାଙ୍କ ପରିବାର ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି।

ଦିବ୍ୟା ୧୯୯୨ମସିହା ମେ ୨୦ତାରିଖରେ ସାଜିଦଙ୍କୁ ବିବାହ କରିଥିଲେ। ଏହାର ୧୧ମାସ ପରେ ୧୯୯୩ମସିହା ଅପ୍ରେଲ୍ ୫ତାରିଖରେ ୧୯ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦିବ୍ୟାଙ୍କ ୫ମହଲା କୋଠାର ବାଲକୋନିରୁ ତଳକୁ ପଡ଼ିଯାଇଥିଲେ କିନ୍ତୁ ତାଙ୍କ ମୃତ୍ୟୁର କାରଣ ସବୁବେଳେ ବିବାଦରେ ରହିଥିଲା।

   Related Posts