୩ଦିନ ହେଲା ପାଣି ପାଇବାରୁ ବଞ୍ଚିତ ଓ୍ବାର୍ଡବାସୀ କଲେ ରାସ୍ତାରୋକ

Published By : Prameya-News7 Bureau | August 24, 2019 IST

ଆଠଗଡ ୨୪|୮: ଆଠଗଡ ସହରରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି କନ୍ତଲର ୫ଗୋଟି ୱାର୍ଡ ବାସିନ୍ଦା । ଗତ ତିନି ଦିନ ହେଲା କନ୍ତଲ ୱାର୍ଡରେ ଠିକାଦାର ଏକ କଲଭର୍ଟକୁ ତାଡ଼ିଦେବା ଯୋଗୁଁ ପାଇପ୍ ସବୁ ଫାଟି ଯାଇଛି । ସାଧାରଣ ଲୋକେ ଗତ ତିନି ଦିନ ହେଲା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଆଜି ୱାର୍ଡବାସୀମାନେ ରାସ୍ତା ରୋକ କରିବା ଯୋଗୁଁ ପୁରୁଣା କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି । ପ୍ରଶାସନ, ସହର ଜଳଯୋଗାଣ ବିଭାଗର ପଦାଧିକାରୀ ମାନେ ପହଂଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.