ଲୋକଙ୍କ ସମସ୍ୟା ବୁଝିବା ପାଇଁ ନିଯୁକ୍ତ ହେବେ ଓ୍ବାର୍ଡ ଅଫିସର୍

Published By : Prameya-News7 Bureau | August 28, 2019 IST

ବ୍ରହ୍ମପୁର ୨୮।୮- ଏଣିକି ମହାନଗର ନିଗମ ଅଂଚଳରେ ଲୋକମାନଙ୍କ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ଓ୍ବାର୍ଡ଼ ଅଫିସର ନିଯୁକ୍ତ ହେବେ । ପ୍ରତି ଓ୍ବାର୍ଡ଼ରେ ଖୋଲିବ ଓ୍ବାର୍ଡ଼ ଅଫିସ । ସିଧା ସଳଖ ଲୋକଙ୍କ ସମସ୍ୟା ସହ ଯୋଡ଼ି ହେବାକୁ ସରକାରଙ୍କ ଏଭଳି ଯୋଜନାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଆସନ୍ତା ୩୧ତମ ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବେ ।

{"id":150261}

ମହାନଗର ନିଗମ ଅଂଚଳରେ ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏଣିକି ପ୍ରତି ଓ୍ବାର୍ଡ଼ ପାଇଁ ନିଯୁକ୍ତ ହେବେ ଜଣେ ଜଣେ ଓ୍ବାର୍ଡ଼ ଅଫିସର। ଓ୍ବାର୍ଡ଼ ବାସିନ୍ଦାଙ୍କ ଠାରୁ ଅଭିଯୋଗ ପାଇବା ମାତ୍ରେ ଯଥାଶୀଘ୍ର ତା’ର ସମାଧାନ ପାଇଁ ଉଦ୍ୟମ କରାଯିବ । ସିଧା ସଳଖ ଲୋକଙ୍କ ସମସ୍ୟା ସହ ଯୋଡ଼ି ହେବାକୁ ସରକାରଙ୍କ ଏଭଳି ଯୋଜନାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଆସନ୍ତା ୩ତମ୧ ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବେ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏ ବିଷୟରେ ସୂଚନା ଦେଇଛନ୍ତି ।

{"id":150262}

ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ମହାନଗରବାସୀ ଉପକୃତ ହୋଇପାରିବେ ବୋଲି ଆଶା ରଖିଛନ୍ତି । ଏମିତିରେ ନିଜ ନିଜର ସମସ୍ୟା ପାଇଁ ବାରମ୍ବାର ମହାନଗର ନିଗମ ଅଫିସକୁ ଦଉଡ଼ିବାରୁ ଏଣିକି ତ୍ରାହି ମିଳିବ । ତେଣୁ ସରକାରଙ୍କ ଏହି ଯୋଜନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଅନେକ ବୁଦ୍ଧିଜୀବୀ ଅନୁଭବ କରୁଛନ୍ତି ।

{"id":150263}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.