ଓ୍ବାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା, ପରିବାର ଭିତରେ ପଡିଛି କାନ୍ଦ ବୋବାଳି
3/01/2021 at 8:46 PM

କାଲିମେଳା୩/୧: ପଦାଧିକାରୀ ଓ୍ବାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ଘାର୍ଷାପଲ୍ଲୀ ଗ୍ରାମରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି l ଏହି ଗାଁର ଗ୍ରାମର ୱାର୍ଡମେମ୍ବର ବାଡ଼ଛି ଚିନା ଗତକାଲି ରାତିରେ ଶୋଇଥିବା ବେଳେ କେହି ଜଣ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାତିରେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କହିଛନ୍ତି।
ଦୀର୍ଘ ୧୦ ବର୍ଷ ହେବ ଘାର୍ଷାପଲ୍ଲୀ ଗ୍ରାମରେ ୱାର୍ଡମେମ୍ବର ଏବଂ ଗାଁ ମୁଖିଆ ଭାବେ କାମ କରି ଆସୁଥିଲେ l ଏହି ପ୍ରକାର ହତ୍ୟା ଦେଖି ଗ୍ରାମରେ ଏକ ପ୍ରକାର ଭୟର ଛାୟା ଖେଳିଯାଇଛି l ଏହା ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ଜଣାପଡି ନାହିଁ ଘଟଣାସ୍ଥଳରେ ମୋଟୁ ପୋଲିସ ପହଞ୍ଚି ତଦନ୍ତ କରୁଛି।
Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021