Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସରକାରୀ ହସ୍ପିଟାଲରେ ୩ବର୍ଷର ଶିଶୁକୁ ଦୁଷ୍କର୍ମ : ଅଭିଯୁକ୍ତ ଓ୍ବାର୍ଡ଼ବୟ ଗିରଫ

10/11/2020 at 8:39 AM

ଦିଲ୍ଲୀ ୧୦/୧୧: ଦିଲ୍ଲୀରେ ଓଖଲା ଅଞ୍ଚଳର ସରକାରୀ ହସ୍ପିଟାଲରେ ଜଣେ ସାଢ଼େ ୩ବର୍ଷର ନିରୀହ ଶିଶୁକନ୍ୟା ସହ ଯୌନ ଶୋଷଣର ମାମଲା ସାମନାକୁ ଆସିଛି। ଏହି ଲଜ୍ଜାଜନକ ଘଟଣା ଭିଆଇଛି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଘଟଣା ଦ୍ବାରା ଶିଶୁଟିର ଶୋଚନୀୟ ଅବସ୍ଥା ହୋଇଛି। ତାକୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ରବିବାର ୩ବର୍ଷର ଶିଶୁ ନିଜ ମା ସହ ହସ୍ପିଟାଲକୁ ଆସିଥିଲା। ଏହି ସମୟରେ ମା ଶିଶୁଟିକୁ ଏକ ରୁମରେ ବସାଇ କେଉଁଠି ଚାଲି ଯାଇଥିଲେ। ଏହି ସମୟରେ ଓ୍ବାର୍ଡ଼ ବୟ ଅମରନାଥର କୁଦୃଷ୍ଟି ଶିଶୁଟି ଉପରେ ପଡ଼ିଥିଲା। ସେ ଶିଶୁଟିକୁ ଏକୁଟିଆ ପାଇ ତା ସହ ଦୁଷ୍କର୍ମ କରିଥିଲା।

ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ମା ପହଞ୍ଚି ଶିଶୁଟିର ଅବସ୍ଥା ଦେଖି ଚମକି ହିତାହିତ ଜ୍ଞାନ ହରାଇବସିଥିଲେ। ସେ ସେଠାରେ ହିଁ ଶିଶୁଟିକୁ ଆଡମିଟ କରାଇଥିଲେ। ଘଟଣା ବିଷୟରେ ଜାଣି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ରବିବାର ପାଖାପାଖି ୯ଟାବେଳେ ଏହି ଘଟଣା ଘଟିଥିଲା। ଡାକ୍ତରଙ୍କ କହିବା ଅନୁସାରେ ଶିଶୁଟି ଏବେ ବିପଦମୁକ୍ତ ରହିଛି। କିନ୍ତୁ ତାର ଚିକିତ୍ସା ଚାଲିଛି। ପୋଲିସ୍ ଏହି ମାମଲାରେ ପକ୍ସୋ ଆକ୍ଟ ଅନୁସାରେ ମୋକଦ୍ଦମା ରୁଜୁ କରିଛି।

   Related Posts