ଭାରତ ସହ ଯୁଦ୍ଧ ସମ୍ଭବ- ଇମରାନ୍ ଖାନ୍‌

Published By : Prameya-News7 Bureau | September 14, 2019 IST

ଇସଲାମାବାଦ - ପୁଣି ଭାରତ ସହ ଯୁଦ୍ଧ ସମ୍ଭବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ କହିଛନ୍ତି । ଆର୍ଥକ ଅବସ୍ଥା ସୁଧୁରି ନଥିବା ବେଳେ ଏବେ ବି ପାକିସ୍ତାନ ଉପରେ ସଙ୍କଟ ପୁରା ମାତ୍ରାରେ ଦୂର ହୋଇନାହିଁ ।ମାତ୍ର ନିଜ ଦେଶର ଲୋକଙ୍କ ଦୃଷ୍ଟି ଏବେ ଇମରାନ୍‌ ଓ ତାଙ୍କ ସରକାର ଯୁଦ୍ଧ ଆଡକୁ ନେବା ପାଇଁ ଚେଷ୍ଟା ଚଳାଇଛି ।

ନିଜ ଦେଶର ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଇମରାନ୍ ଖାନ୍‌ ଯୁଦ୍ଧ ଧମକ ଦେଇ ଚାଲିଛନ୍ତି । କାଶ୍ମୀରେ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଛି ।
ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଉଠାଇବା ପାଇଁ ଚେଷ୍ଟା କରୁଛି । ମାତ୍ର ପାକିସ୍ତାନ କଥା କେହି ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି । ଏବେ ଇମରାନଙ୍କୁ ତାଙ୍କ ଦେଶ ବାସୀ ବିଶ୍ୱାସ କରୁ ନଥିବା କଥା ବି ତାଙ୍କର ମନ୍ତ୍ରୀ କହିଲେଣି । ବିଭିନ୍ନ ଗଣମାଧ୍ୟମରେ ବି ପାକିସ୍ତାନ ଲୋକ ଇମରାନ୍‌ଙ୍କୁ ନେଇ ଖୋଲା ଖୋଲି ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଲାଣି । ହେଲେ ଇମରାନ୍‌ ତାଙ୍କ ମୁହଁ ପୁଟାଣି ଛାଡୁ ନାହାନ୍ତି ।
ଅଲ୍‌ଜଜିରା ଟିଭି ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଇମରାନ୍‌ ଭାରତ ସହ ଯୁଦ୍ଧ କରିବେବୋଲି କହିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଭାରତ ସହ ଯୁଦ୍ଧ ସମ୍ଭବ ବୋଲି ଇମରାନ୍‌ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ପ୍ରଶ୍ନରେ ସେ ହଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ବୋଲି କହିଛନ୍ତି ।
ଚୀନ୍‌ ସହ ତାଙ୍କର ସମ୍ପର୍କ ବେଶ୍‌ ଭଲ ମାତ୍ର ଭାରତ ସହ ଅତି ଖରାପ ବୋଲି କହିଛନ୍ତି । କାଶ୍ମୀରରେ ଲୋକମାନଙ୍କୁ ବନ୍ଦୀ କରି ରଖାଯାଇଛି । ଭାରତ ପାକିସ୍ତାନ ଉପରେ ଆତଙ୍କବାଦର ମିଛ ଆରୋପ ଲଗାଉଛି ବୋଲି ଇମରାନ୍‌ କହିଛନ୍ତି । ପାକିସ୍ତାନ କେବେ ବି ଯୁଦ୍ଧ ଆରମ୍ଭ କରିବ ନାହିଁ । ସେ ଶାନ୍ତି ପ୍ରିୟ ଓ ଯୁଦ୍ଧର ବିରୋଧି ବୋଲି କହିଛନ୍ତି ।ଯୁ୍ଦ୍ଧ କୌଣସି ସମସ୍ୟାର ସମାଧାନ ନୁହଁ ବୋଲି ବି କହିଛନ୍ତି ।ମାତ୍ର ଏହା ପରେ ବି ସେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ।
ଭାରତ ପାକିସ୍ତାନକୁ ଦେବାଳିଆ କରିବା ପାଇଁ ଚାହୁଁଛି ।ଯେତେବେଳେ ଦୁଇଟି ପରମାଣୁ ଶକ୍ତି ଥିବା ଦେଶ ଯୁଦ୍ଧ କରିବେ ତ କ୍ଷତିକୁ କେହି କଳନା କରିପାରିବେ ନାହିଁ । ଯୁଦ୍ଧ ଆରମ୍ଭ ହେଲେ ଏହା ଭାରତୀୟ ଉପ ମହାଦ୍ୱୀପରେ ସୀମିତ ରହିବ ନାହିଁ ଏହାଠାରୁ ଆଗକୁ ଯିବ ଓ ପୁରା ଦୁନିଆ ପ୍ରଭାବିତ ହେବବୋଲି ସେ କହିଛନ୍ତି ।ଭାରତ ସହ ସେ ସମ୍ବନ୍ଧ ସୁଧାରିବା ପାଇଁ ଚେଷ୍ଟା କଲେ ମାତ୍ର ଭାରତ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଳା ତାଲିକାରେ ପାକିସ୍ତାନକୁ ସାମିଲ କରିବା ପାଇଁ ଚେଷ୍ଟା କଲା ବୋଲି ସେ କହିଛନ୍ତି । ପାକିସ୍ତାନ କଳା ତାଲିକା ଭୁକ୍ତ ହୋଇଗଲେ ତାଙ୍କ ଉପରେ ପ୍ରତିବନ୍ଧକ ଲାଗିବ ଓ ପାକିସ୍ତାନକୁ ଦେବାଳିଆ ଘୋଷଣା କରାଯିବ ବୋଲି ଇମରାନ୍‌ କହିଛନ୍ତି। ।ଏବେ ବି ଇମରାନ୍‌ ତାଙ୍କ ମୁହଁ ଫୁଟାଣି ଛାଡୁ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.