Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଲିଗାସି ଓ୍ବାର – ଗାନ୍ଧୀ ସଂକଳ୍ପ ଯାତ୍ରା ବନାମ ଗାନ୍ଧୀ ସଂନ୍ଦେଶ ଯାତ୍ରା

2/10/2019 at 6:54 PM

ନୂଆଦିଲ୍ଲୀ ୦୨।୧୦ -ଲିଗାସି ଓ୍ବାର । ଗାନ୍ଧି ଜୟନ୍ତୀରେ ବାପୁଙ୍କ ଲିଗାସିକୁ ନେଇ ଓ୍ବାର । କଂଗ୍ରେସ- ବିଜେପି ମଧ୍ୟରେ ଚାଲିଥିଲା ପଲିଟିକାଲ ଷ୍ଟଣ୍ଟ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ବେଳେ ସାରା ଦେଶରେ ବାପୁଙ୍କ ଲିଗାସିକୁ ନେଇ ଚାଲିଥିଲା ଓ୍ବାର । ଗାନ୍ଧୀ ସଂକଳ୍ପ ଯାତ୍ରା ବନାମ ଗାନ୍ଧୀ ସଂନ୍ଦେଶ ଯାତ୍ରା ।  ଗୋଟିଏ ପଟେ ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରା, ଅନ୍ୟପଟେ କଂଗ୍ରେସର ଗାନ୍ଧୀ ସଂନ୍ଦେଶ ଯାତ୍ରା ।

ଗୋଟିକର ନେତୃତ୍ବ ନେଉଛନ୍ତି ଗୃହ ମନ୍ତ୍ରୀ ଅମିତ ଶହା, ଅନ୍ୟଟିର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି । ଉଭୟ ପଦଯାତ୍ରାରେ ହଜାର ହଜାର କର୍ମୀ ଓ ସମର୍ଥକ । ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କୁ ଏମିତି ଆକ୍ଟିଭ ଅବତାରରେ ଦେଖିବାକୁ ମିଳିଥିଲା । କଂଗ୍ରେସର ପଦଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ବାପୁଙ୍କ ସାମାଧୀ ସ୍ଥଳ ରାଜଘାଟ ଯାଏ ଯାଇଥିଲା । ଆଉ ଗାନ୍ଧୀଙ୍କ ସବୁ ମାଇଲେଜ୍ ଯେମିତି କଂଗ୍ରେସ ଆକାଉଣ୍ଟକୁ ନଯାଏ ସେଥିପାଇଁ ପୁରା ଦମ ଲଗାଇ ଦେଇଥିଲା ବିଜେପି । ଅମିତ ଶାହାଙ୍କ ନେତୃତ୍ବରେ ବାହାରିଥିଲା ୨ କିଲୋମିଟର ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ।

 କେବଳ ଦିଲ୍ଲୀରେ ସୀମିତ ନଥିଲା ଏ ସାଇଲେଣ୍ଟ ଲିଗାସି ଓ୍ବାର । ସାରା ଦେଶରେ ଦେଖିବାକୁ ମିଳିଥିଲା । ଲକ୍ଷ୍ନୌରେ କଂଗ୍ରେସ ପକ୍ଷରୁ ପଦଯାତ୍ରାର ମଙ୍ଗ ଧରିଥିଲେ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ । ବିଜେପି ପକ୍ଷରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ପଦଯାତ୍ରା କରିଥିଲେ। ୟୁପି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବି ଚାଲିଥିଲା। ପଦଯାତ୍ରା ବେଳେ ସିଧା ସଳଖ ବିଜେପିକୁ ନିଶାନା କରିଥିଲେ ପ୍ରିୟଙ୍କା । ବିଜେପି ସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମଧ୍ୟ ଦେଶବ୍ୟାପୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିଛି

 ଏହି ଅବସରେ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ ପ୍ରଧାନମନନ୍ତ୍ରୀ ମନେମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,  ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ପ୍ରମୁଖ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଗୁଜରାଟରେ ସାବରମତୀ ଆଶ୍ରମ ଯାଇ ସ୍ବଚ୍ଛ ଭାରତର ସନ୍ଦେଶ ଦେଇଥିଲେ । ୧୫୦ ତମ ଜୟନ୍ତୀରେ ଗାନ୍ଧି ସାରା ଦେଶରେ ଦିଶିଥିଲେ କିନ୍ତୁ ରାଜନୀତିରେ ଗାନ୍ଧିଙ୍କ ନାଁକୁ ନେଇ କିଏ ବାଜି ମାରିଲା ତାହା ସ୍ପଷ୍ଟ ହୋଇନଥିଲା।

   Related Posts