Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଦେଶରେ ଯୁଦ୍ଧ ଭଳି ପରିସ୍ଥିତି, ଏବେ କ୍ରିକେଟକୁ ଭୁଲିଯିବା ଦରକାର- ବିସିସିଆଇ ଅଧିକାରୀ

13/04/2020 at 6:52 PM

ନୂଆଦିଲ୍ଲୀ, ୧୩|୦୪:   ସାରା ଦେଶ ଏବେ କରୋନା ବାଇରସର ମୁକାବିଲା କରୁଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କ୍ରିକେଟକୁ ନେଇ ଯାହା ବି ନିଷ୍ପତ୍ତି ନେବ ଦେଶ ହିତରେ ହିଁ ନେବ  । ଏହି ପରିସ୍ଥିତିରେ କ୍ରିକେଟକୁ ନେଇ କୌଣସି ବୈଠକ ହେବ ନାହିଁ । ବିସିସିଆଇର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଅଧିକାରୀଜଣଙ୍କ କହିଛନ୍ତି ଯେ, ଆଇପିଏଲର ଆୟୋଜନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି । ଏହି ଆଲୋଚନାର କୌଣସି ପ୍ରାସଙ୍ଗିଗତା ନାହିଁ । ଦେଶ ପୂର୍ବପରି ଅବସ୍ଥାକୁ ଫେରିବା ପାଇଁ ସମସ୍ତେ ଚାହୁଁଛନ୍ତି । ଏହାପରେ କ୍ରିକେଟ ଓ ଆଇପିଏଳ ବାବଦରେ ବିଚାର କରାଯିବ ।

ଏହାପୂର୍ବରୁ ବିସିିସିଆଇ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଆଇପିଏ ଆୟୋଜନା କରିପାରେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଆଇପିଏଲର ଆୟୋଜନକୁ ନେଇ କୌଣସି ଯୋଜନା ନଥିବା ଅଧିକାରୀଜଣଙ୍କ କହିଛନ୍ତି ।

ବିସିସିଆଇ ଏବେ ଆଇପିଏଲ ପାଇଁ ବିଚାର କରୁନାହିଁ । ଯାହାର ଅନେକ କାରଣ ରହିଛି । ବିସିସିଆଇ ପାଖରେ ଏବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କ, ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବାବଦରେ କୌଣସି ସୂଚନା ନାହିଁ । କେବେ ବିଦେଶ ଯାତ୍ରା ଉପରୁ କଟକଣା ହଟିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କରୋନାର ଭୟବହତାକୁ ଦେଖି ଏବେ କୌଣସି ବୋର୍ଡ କ୍ରିକେଟ ବାବଦରେ କୌଣସି ଆଲୋଚନା କରୁନାହାଁନ୍ତି ।

   Related Posts