Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପଞ୍ଜଶୀରରେ ଶେଷ ହୋଇନି ଲଢେଇ, ପୁଣି ସାମ୍ନାକୁ ଆସିଲେ ଅହମ୍ମଦ ମାସୁଦ : କହିଲେ, ‘ଜାରିରହିବ ତାଲିବାନ ବିରୋଧୀ ଲଢେଇ’

6/09/2021 at 6:27 PM

କାବୁଲ ୦୬/୦୯ : ପଞ୍ଜଶୀରରେ ଶେଷ ହୋଇନି ଲଢେଇ । ଏବେ ବି କଡା ଟକ୍କର ଦେଉଛନ୍ତି ଅହମ୍ମଦ ମାସୁଦଙ୍କ ସେନା । ରେଜିଷ୍ଟଣ୍ଟସ୍‌ ଫୋର୍ସେସ୍‌ ନେତା ଅହମ୍ମଦ ମାସୁଦ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ପଞ୍ଜଶୀର କବ୍‌ଜା କରିନେଇଥିବା ଏବଂ ସେଠାରେ ଗଭର୍ଣ୍ଣର ହାଉସ୍‌ରେ ତାଲିବାନୀ ପତାକା ଉଡାଇଥିବା ଦାବି କରିଥିଲା ତାଲିବାନ । କିନ୍ତୁ ଏହାକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅହମ୍ମଦ ମାସୁଦ ।

ଟ୍ବିଟ୍‌ ଯୋଗେ ଅଡିଓ ବାର୍ତ୍ତା​‌ ଜାରିକରି ଏଭଳି ଦାବି କରିଛନ୍ତି ଅହମ୍ମଦ ମାସୁଦ । ଏହା ସହିତ ସେ ଟ୍ବିଟ୍‌କରି ଦେଶର ଜନତାଙ୍କୁ ତାଲିବାନ ବିରୁଦ୍ଧରେ ଏକାଠି ହୋଇ ବିଦ୍ରୋହ କରିବାକୁ ଗୁହାରି କରିଛନ୍ତି । ନିଜର ଫେସବୁକ ପେଜ୍‌ରେ ମଧ୍ୟ ଏହି ଅଡିଓ ବାର୍ତ୍ତା ପଠାଇଛନ୍ତି ମାସୁଦ । ଅଡିଓ ମେସେଜ୍‌ରେ ପଞ୍ଜଶୀରକୁ ବଞ୍ଚାଇବାକୁ ଅନୁରୋଧ କରୁଥିବା ଶୁଣିବାକୁ ମିଳିଛି ।

ଅଡିଓ ବାର୍ତ୍ତାରେ ଅହମ୍ମଦ ମାସୁଦ କହିଛନ୍ତି, ‘ମାସୁଦ ସେନା ଏବେ ବି ପଞ୍ଜଶୀରରେ ମହଜୁଦ ଅଛନ୍ତି । ତାଲିବାନ ସହିତ ଲଢେଇ ଏବେ ବି ଜାରି ରହିଛି । ଶେଷ ନିଶ୍ବାସ ଥିବାଯାଏଁ ଆଫଗାନିସ୍ତାନ ପାଇଁ ଲଢେଇ ଜାରି ରଖିବି । ନିଜର ଆତ୍ମସମ୍ମାନ, ସ୍ବତନ୍ତ୍ରତା ଏବଂ ଦେଶର ସମୃଦ୍ଧି ପାଇଁ ମିଳିତ ଭାବେ ତାଲିବାନ ବିରୁଦ୍ଧରେ ଲଢେଇ କରନ୍ତୁ ।’

ତେବେ କଥା​‌ ହେଉଛି ଗୋଟିଏ ପଟେ ପଞ୍ଜଶୀର କବ୍‌ଜା କରିନେଇଥିବା ନେଇ ତାଲିବାନ ଦାବି କରିବା ସହିତ ସେଠାରେ ତାଲିବାନୀ ପତାକା ମଧ୍ୟ ଉଡାଇଥିବା କହିଥିଲା । ଅନ୍ୟପଟେ ନୂଆ ସରକାର ଗଢିବାର ନିକଟତର ହେଉଥିବା ଦାବି କରିଛି ତାଲିବାନ । କିନ୍ତୁ ଏହାରି ମଧ୍ୟରେ ଅହମ୍ମଦ ମାସୁଦଙ୍କ ଅଡିଓ ମେସେଜ୍‌ ତାଲିବାନକୁ  ଚିନ୍ତାରେ ପକାଇଦେଇଛି । କାରଣ ପୂର୍ବରୁ ତାଲିବାନ ଦାବି କରିଥିଲା ଯେ, ପଞ୍ଜଶୀରର ସମସ୍ତ ୮ ଜିଲ୍ଲାକୁ କବ୍‌ଜା କରିନିଆଯାଇଛି । କିନ୍ତୁ ସୋମବାର ପୁଣିଥରେ ସାମ୍ନାକୁ ଆସିଛନ୍ତି ନର୍ଦନ୍‌ ଆଲିଆନ୍ସ ନେତା ଅହମ୍ମଦ ମାସୁଦ ।  

   Related Posts