Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଶାଶୁ-ବୋହୂଙ୍କ ମଧ୍ୟରେ ଏତଲା ଓ୍ବାର୍: ମଧୁସ୍ମିତା କହିଲେ, ୧୦ ଦିନ ପାଇଁ ଘର ଛାଡ, ବର୍ଷା କହିଲେ, ଏଇଟା ଷଡ଼ଯନ୍ତ୍ର

6/11/2020 at 1:24 PM

କଟକ ୬।୧୧: କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି। ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମାଆ। ଘର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡ଼ିବାକୁ କହିଥିଲେ। ହେଲେ ବର୍ଷା ଘର ଛାଡ଼ି ଯିବାକୁ ନାରାଜ। ସେପଟେ ବର୍ଷାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ମୋତେ ଜାଣିଶୁଣି ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ବର୍ଷା କହିଛନ୍ତି। ଏମିତି କି ଘର ବାହାନାରେ ଘର ଛାଡ଼ିବାକୁ କହୁଛନ୍ତି ବୋଲି ବର୍ଷା ପାଲଟା ଅଭିଯୋଗ ଆଣିଛନ୍ତି।  

ସୂଚନାଯୋଗ୍ୟ ଯେ, ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କିମିଟି ମଧ୍ୟସ୍ଥତା କରିବେ । ସେପଟେ ସୁପ୍ରିମକୋର୍ଟରେ ବର୍ଷା ଟ୍ରାନ୍ସଫର ପିଟିସନ ମାମଲା ଦାୟର କରିଛନ୍ତି ।ସୁପ୍ରିମକୋର୍ଟ ଏହି ମାମଲାର ଡିସେମ୍ବର ୮ ତାରିଖରେ ଶୁଣାଣି କରିବେ। ଅନୁଭବଙ୍କ ଓକିଲ ଅଭୟ ଦୁବେ ଏହି ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଓଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ଦିଲ୍ଲୀ ପଟିଆଲା ପରିବାର ଅଦାଲତରେ ଅନୁଭବ ଦାଏର୍‌ କରିଥିବା ଛାଡ଼ପତ୍ର ମାମଲାକୁ କଟକସ୍ଥିତ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରାର୍ଥନା କରି ବର୍ଷା ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଏର୍‌ କରିଥିଲେ ।

ପିଟିସନ୍‌ରେ ଦର୍ଶାଯାଇଛି କି’ ଦିଲ୍ଲୀ ପଟିଆଲା କୋର୍ଟରେ ମାମଲା ଚାଲିଲେ ତାଙ୍କୁ ମକଦ୍ଦମା ପରିଚାଳନା, ହାଜିରା ଓ ଶୁଣାଣି ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ଓ ହଇରାଣ ହେବାକୁ ପଡ଼ିବ । ପ୍ରତି ଶୁଣାଣିରେ ପଟିଆଲା ପରିବାର ଅଦାଲତରେ ଉପସ୍ଥିତ ରହିବା ତାଙ୍କ ପାଇଁ କଷ୍ଟସାଧ୍ୟ ତଥା ବ୍ୟୟବହୁଳ ହେବ । ତେଣୁ ତାଙ୍କ ସ୍ୱାମୀ ଅନୁଭବ ରୁଜୁ କରିଥିବା ଛାଡ଼ପତ୍ର ମାମଲାର ବିଚାରକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାକୁ ବର୍ଷା ପ୍ରାର୍ଥନା କରିଛନ୍ତି । ମାମଲା ସ୍ଥାନାନ୍ତର ନହେବାଯାଏ ପଟିଆଲା ପରିବାର କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି କରାନଯିବାକୁ ବି ପ୍ରାର୍ଥନା କରିଛନ୍ତି ।

   Related Posts