କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍ ରୁ ଗାନ୍ଧିବାଦୀ

Published By : Prameya-News7 Bureau | August 14, 2018 IST

ମୁମ୍ବାଇ ୧୪/୮(ବ୍ୟୁରୋ) : ଦୀର୍ଘଦିନ ଧରି ପୋଲିସ ଥାନାରେ ୱାଣ୍ଟେଡ୍ କ୍ରିମିନାଲ ତାଲିକାରେ ଟପ୍ଥିଲେ , ଏବେ ଗାନ୍ଧିଗିରିରରେ ଟପ୍ । କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍ ରୁ ରାଜନେତା ପାଲଟିଥିବା ଅରୁଣ ଗୱାଲିଙ୍କ ଏକ ନିଆରା ରେକର୍ଡ ।ଗାନ୍ଧିୟାନ ଥଟ୍ ବା ଗାନ୍ଧୀ ବିଚାରଧାରାର ପରୀକ୍ଷରେ ଶତକଡା ୯୨.୫ ପ୍ରତିଶତ ନମ୍ବର ରଖିଛନ୍ତି ଅରୁଣ ଗୱାଲି । ଗାନ୍ଧି ଟୋପି ପିନ୍ଧୁଥିବା ଏବଂ ଏକଦା ମୁମ୍ବାଇ ଅଣ୍ଡର ୱାର୍ଲ୍ଡର ବାଦଶାହା ଥିବା ଗୱାଲି ତାଙ୍କ ସମାଜସେବା , ଗାନ୍ଧିଗିରି ଏବଂ ପ ରାଜନୀତି ପାଇଁ ଚର୍ଚ୍ଚାରେ ରହିଆ,ସିଛନ୍ତି । ଏବେ ନାଗପୁର ଜେଲ୍ରେ ଥିବା ଏହି କ୍ରିମିନାଲ ଟର୍ଣ୍ମଡ ପଲିଟିସିଆନ ଗାନ୍ଧି ବିଚାରଧାରା ବିଷଯରେ ୮୦ ରୁ ୭୪ ନମ୍ବର ରଖିଛନ୍ତି । କଏଦୀଙ୍କ ଥଇଥାନ କାର୍ଯ୍ୟକ୍ରମରେ ପ୍ରତିହର୍ଷ ନାଗପୁରର ସର୍ବୋଦୟ ଆଶ୍ରମ ପରିଚାଳିତ ସହଯୋଗ ଟ୍ରଷ୍ଟ ଜେଲ ଅନ୍ତେବାସୀଙ୍କୁ ନେଇ ଅହି ପରୀକ୍ଷା କରିଥିଲେ । ପ୍ରତିବର୍ଷ କଏଦୀ ସୁଧାର କାର୍ଯ୍ୟକ୍ରମରେ ଟ୍ରଷ୍ଟ ଏହି ପରୀକ୍ଷା କରେ ।ଏଥିପାଇଁ ଜେଲ ଅନ୍ତେବାସୀଙ୍କୁ ଷ୍ଟଡି ମ୍ୟାଟେରିଆଲ ବି ଦିଆଯାଇଥାଏ । ଏଥିରେ ଅରୁଣ ଗୱାଲି ତାଙ୍କ ମେଧା ଶକ୍ତିର ପରିଚୟ ଦେଇଛନ୍ତି । ଜଣେ ଶିବସେନା କର୍ପୋରେଟରଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷି ହୋଇ ସେ ନାଗପୁର ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । କିନ୍ତୁ ତାଙ୍କ ଗାନ୍ଧି ବିଚାରଧାରା ଦକ୍ଷତାକୁ ବିଭିନ୍ନ ମହଲ ପ୍ରଶଂସାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.