Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପ୍ରତିଦିନ ଗୋଟିଏ କଦଳୀ ଖାଆନ୍ତୁ : ବୁଦ୍ଧି ବଢ଼ାନ୍ତୁ ,ଓଜନ କମାନ୍ତୁ

20/11/2018 at 12:01 PM

ଭୁବନେଶ୍ବର ୨୦/୧୧: ପୋଟାସିୟମର ଉତ୍କୃଷ୍ଟ ଉପାଦାନ ରହିଥିବା କଦଳୀ ସ୍ବାସ୍ଥ୍ୟକର ହେବା ସହ ଆମ ଶରୀର ପକ୍ଷେ ମଧ୍ୟ ହିତକର କହିଲେ କୈାଣସି ଅତ୍ୟୁକ୍ତି ହେବ ନାହିଁ। କଦଳୀକୁ ସବୁଠୁ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ ଭାବେ ଗଣାଯାଇଥାଏ ।

ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଦଳୀ ଖାଇବା ଉଚିତ୍। ଗୋଟିଏ କଦଳୀରେ ୩ଗ୍ରାମ୍ ଫାଇବର ଏବଂ ୧୦୦କ୍ୟାଲୋରୀ ରହିଥାଏ ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ ଭାବେ ଗ୍ରହଣ କରିବା ଉଚିତ୍। କଦଳୀ ଖାଇବା ଦ୍ବାରା ଆପଣଙ୍କ ପେଟ ମଧ୍ୟ ଭର୍ତ୍ତି ହେବା ଭଳି ଲାଗିଥାଏ ଏବଂ ଏହା ଭୋକକୁ ନିୟନ୍ତ୍ରଣ କରିଥାଏ।

ଆପଣମାନେ ଜାଣିଥିବେ କଦଳୀରେ ପୋଟାସିୟମ୍ ଏବଂ ମାଗ୍ନେସିୟମ୍ ପ୍ରଚୁର ମାତ୍ରାରେ ରହିଛି। କଦଳୀରୁ ଶକ୍ତି ଧୀରେ ଧୀରେ ବାହାରିଥାଏ ଯାହା ଦ୍ବାରା ଆମ ମସ୍ତିଷ୍କ ସଚେତନ ହୋଇଥାଏ । କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କଦଳୀରେ ଟ୍ରିପ୍ଟୋଫାନ୍ ରହିଛି ଯାହା ଆଗକୁ ଯାଇ ସେରେଟୋନିନରେ ପରିଣତ ହୋଇଥାଏ ଏବଂ ମସ୍ତିଷ୍କରେ ସେରେଟୋନିନର ଅଭାବ ଯୋଗୁଁ ଅବସାଦ ଏବଂ ଉଦବେଗ ଏବଂ ବିତୃଷ୍ଣା ଭାବ ସୃଷ୍ଟି ହୋଇଥାଏ। ଏଥିପାଇଁ ଉତ୍ତମ ମାନସିକ ସ୍ବାସ୍ଥ୍ୟ ପାଇଁ ଏବଂ ଅବସାଦରୁ ମୁକ୍ତି ପାଇବା ପାଇଁ କଦଳୀ ଖାଇବା ଉଚିତ୍।

କଦଳୀ ଶରୀରରେ କ୍ୟାଲସିୟମକୁ ଶୋଷିତ କରିବାରେ ସାହାଯ୍ୟ କରିଥାଏ। କ୍ୟାଲସିୟମ୍ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ।

ଶରୀରରେ ଜରୁରୀ ପୋଷକ ତତ୍ତ୍ବ ଏବଂ ଫାଇବରର ସ୍ଥାନ ପୂରଣ କରିବା ପାଇଁ ଦିନକୁ ଗୋଟିଏ କଦଳୀ ନିୟମିତ ଖାଇବା ଉଚିତ୍। ଆପଣ ବ୍ୟାୟାମ କରିବା ପୂର୍ବରୁ କିମ୍ବା ବ୍ୟାୟାମ କରିବା ପରେ କଦଳୀ ଖାଇପାରିବେ।

 

   Related Posts