ବ୍ରଣ କିମ୍ବା ବ୍ରଣର କଳାଦାଗରୁ ମୁକ୍ତି ଚାହୁଁଛନ୍ତି କି : ତେବେ ବ୍ୟବହାର କରନ୍ତୁ ଏହି କ୍ୟାପସୁଲ୍

Published By : Prameya-News7 Bureau | December 02, 2018 IST

ଆମେ ସମସ୍ତେ ଦାଗ ଏବଂ ଚିହ୍ନ ବିହୀନ ତ୍ବଚା ଚାହିଁଥାଉ ଏବଂ ଏଥିପାଇଁ ବହୁତ କିଛି କରିଥାଉ। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ନେବା ଫଳରେ ତ୍ବଚା ଆହୁରି ବିଗିଡ଼ି ଯାଇଥାଏ। ଏତେ ସବୁ ଜିନିଷ ବ୍ୟବହାର କରିବା ସତ୍ତ୍ବେ କିଛି ଲାଭ ହୋଇନଥାଏ ଏବଂ ଓଲଟା ଆମେ ଆହୁରି ହଇରାଣ ହୋଇଥାଉ। ଆଜି ଆମେ ଏହି ସମସ୍ୟାର ସମାଧାନ ପାଇଁ ଏକ ଉପାୟ ଅବଲମ୍ବନ କରିବା। ଭିଟାମିନ୍ ଇ ଆମ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଆପଣଙ୍କ ତ୍ବଚାରେ ବ୍ରଣ ସମସ୍ୟା ରହିଛି ଏବଂ ଏହି ଦାଗ ତ୍ବଚାରୁ ଯାଉନାହିଁ ତେବେ ଭିଟାମିନ୍ ଇ କ୍ୟାପସୁଲ୍ ବ୍ୟବହାର କଲେ ଆପଣଙ୍କ ଏହି ସମସ୍ୟା ଦୂର ହେବ। ଭିଟାମିନ୍ ଇ ଡ୍ରାଏ ଫୃଟରେ ମିଳିଥାଏ ଏବଂ ମାଛରେ ପ୍ରଚୁର ପରିମାଣରେ ଥାଏ। କିନ୍ତୁ ଡ୍ରାଏ ଫ୍ରୃଟସ୍ ମହଙ୍ଗା ହୋଇଥିବାରୁ ଏହାକୁ କିଣିବା ସବୁବେଳେ ସମ୍ଭବ ନୁହେଁ ଏବଂ ନିରାମିଶାଷୀମାନେ କିପରି ମାଛ ଖାଇବେ । ସେଥିପାଇଁ ଏହିସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଏକ ଛୋଟ କ୍ୟାପସୁଲ୍। ଏହା ସହଜରେ ଯେକୈାଣସି କସମେଟିକ୍ ଷ୍ଟୋର କିମ୍ବା ଔଷଧ ଦୋକାନରେ ଶସ୍ତାରେ ଉପଲବ୍ଧ। ଏହି କ୍ୟାପସୁଲକୁ ଯେକୈାଣସି କ୍ରିମ୍ କିମ୍ବା ନଡ଼ିଆ ତେଲରେ ମିଶାଇ ତ୍ବଚାରେ ଲଗାନ୍ତୁ ଏବଂ ସକାଳେ ଅଳ୍ପ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ବହୁତ ଶୀଘ୍ର ଲାଭ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.