ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓ୍ବାଙ୍ଖଡେଙ୍କ ଭଉଣୀ, ମହିଳା ଆୟୋଗଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | October 27, 2021 IST

ମୁମ୍ବାଇ ୨୭/୧୦:  ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଏନସିବି ଅଫିସର ସୀମର ଓ୍ବାଙ୍ଖଡେଙ୍କ ଭଉଣୀ  ଯସ୍ମୀନ । ଏହା ସହ ନିଜର ଅଧିକାରର ରକ୍ଷା ପାଇଁ ଜାତୀୟ ମହିଳା ଆୟୋଗଙ୍କୁ ମଧ୍ୟ ସେ ଚିଠି  ଲେଖିଥିବା ଜଣାପଡ଼ିଛି।

wp:html /wp:html

ଏହା ପୂର୍ବରୁ ନିଜ ଭାଇଙ୍କ ଉପରେ ନବାବ ମଲିକ ଆଣିଥିବା ଅଭିଯୋଗକୁ ନେଇ ପାଲଟା ଆକ୍ରମଣ କରିଥିଲେ ଯସ୍ମୀନ। ସମୀରଙ୍କ ଭଉଣୀ କହିଥିଲେ, ‘ଜଣେ ଅମଲାଙ୍କ ଜନ୍ମ ପ୍ରମାଣପତ୍ର ଖୋଜିବା ପାଇଁ ନବାବ ମଲିକ କିଏ ? ତାର ରିସର୍ଚ୍ଚ ଟିମ୍‌ ଦୁବାଇରୁ ମୁମ୍ବାଇ ପର୍ଯ୍ୟନ୍ତ ସମସ୍ତ ଫଟୋ ପୋଷ୍ଟ କରୁଛନ୍ତି। ଆମକୁ ହତ୍ୟା ଧମକ ଆସୁଛି। ମୋତେ ବି ଲାଗୁଛି ପ୍ରତି ଦିନ ମିଥ୍ୟା ପ୍ରମାଣ ଦାଖଲ କରିବାକୁ ପଡ଼ିବ।’

ମଲିକ ଏକ ଜନ୍ମ ପ୍ରମାଣପତ୍ର ଟ୍ବିଟ୍‌ କରି ସମୀର ଓ୍ବାଙ୍ଖଡେଙ୍କ ନାଁ ‘ସମୀର ଦାଉଦ ଓ୍ବାଙ୍ଖଡେ’ ବୋଲି କହିଥିଲେ। ନବାବ ମଲିକ ଅଭିଯୋଗ ଆଣିଥିଲେ ଯେ ଓ୍ବାଙ୍ଖଡେଙ୍କ ଜନ୍ମ ଏକ ମୁସ୍ଲିମ୍‌ ପରିବାରରେ ହୋଇଥିଲା। କିନ୍ତୁ ନକଲି ପ୍ରମାଣପତ୍ର କରି ଚାକିରି ପାଇବା ପାଇଁ ସେ ନିଜକୁ ହିନ୍ଦୁ ଦଳିତ ବୋଲି କହିଥିଲେ। ଏମିତି କରି ସେ ୟୁପିଏସସି ପରୀକ୍ଷା ପାସ କରିଥିଲେ ବୋଲି ନବାବ ମଲିକ ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.