Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ୱାଙ୍ଖେଡ଼େଙ୍କ ବଢୁଛି ଅଡୁଆ, ଭିଜିଲାନ୍ସ ଜେରାର ସମ୍ମୁଖୀନ ହୋଇପାରନ୍ତି ସମୀର

27/10/2021 at 9:39 AM

ମୁମ୍ୱାଇ ୨୭/୧୦: ଆର୍ଯ୍ୟନ ଡ୍ରଗସ ମାମଲାର ତଦନ୍ତ କରୁଥିବା ଏନ.ସି.ବି. ମୁମ୍ବାଇ ଜୋନ୍ ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ବଢୁଛି ଅଡୁଆ । ଲାଞ୍ଚ ମଗାଯାଇଥିବା ନେଇ ଜଣେ ସାକ୍ଷୀଙ୍କ ଦେହରକ୍ଷୀ ଅଭିଯୋଗ କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି ।

ଭିଜିଲାନ୍ସର ୫ ଜଣିଆ ଟିମ୍ ଆଜି ୱାଙ୍ଖଡ଼େଙ୍କୁ ଏହି ମାମଲାରେ ଜେରା କରିପାରନ୍ତି । ଏନ୍ ସିବିର ଉତ୍ତରାଞ୍ଚଳ ଉପ ମହାନିର୍ଦ୍ଦେଶକ ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଜ୍ଞାନେଶ୍ବର ସିଂହ ଏହି ତଦନ୍ତର ନେତୃତ୍ବ ନେଉଛନ୍ତି ।

କ୍ରୁଜ୍ ଡ୍ରଗ୍ ମାମଲାର ଅନ୍ୟତମ ସାକ୍ଷୀ ଗୋସାବିଙ୍କ ବ୍ୟକ୍ତିଗତ ଦେହରକ୍ଷୀ ପ୍ରଭାକର ଶୈଳ ମଧ୍ୟ ଏକ ସତ୍ୟପାଠରେ ଦାବି କରିଥିଲେ ଯେ, ତାଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ ନିଆଯାଇଛି । ଅପରପକ୍ଷେ ସୋମବାରଠାରୁ ଦିଲ୍ଲୀରେ ଥିବା ୱାଙ୍ଖଡ଼େ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ମିଥ୍ୟା ଏବଂ ଅଜଣା ବ୍ୟକ୍ତିଙ୍କ ଦ୍ୱାର ତାଙ୍କୁ ଫସାଯାଉଛି ବୋଲି କହିଛନ୍ତି ।

   Related Posts