ଆଜି ପୁଣି ଥରେ କ୍ରିଜ୍‌କୁ ଓହ୍ଲାଇବେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର, ୱାଁଖଡେରେ କରିବେ ଲାରାଙ୍କ ମୁକାବିଲା

Published By : Prameya-News7 Bureau | March 07, 2020 IST

ମୁମ୍ବାଇ ୭।୩: ଅନଆକାଡେମୀ ରୋଡସେଫ୍ଟି ୱାର୍ଲଡ ସିରିଜର ପ୍ରଥମ ମ୍ୟାଚ୍ ଶନିବାର ମୁମ୍ବାଇର ୱାଁଖଡେ ଷ୍ଟାଡିୟମରେ ଖେଳାଯିବ। ଏଥିରେ ସଚ୍ଚିନ ତେନ୍ଦୁଲକରଙ୍କ ଇଣ୍ଡିଆ ଲିଜେଣ୍ଡର ମୁକାବିଲା ବ୍ରାୟେନ ଲାରାଙ୍କ  ଇଣ୍ଡିଜ୍ ଲିଜେଣ୍ଡ ସହ ହେବ। ସନ୍ଧ୍ୟା ୭ଟାରେ ଆରମ୍ଭ ହେବାକୁ ଥିବା ଏହି କ୍ରିକେଟ୍ ମ୍ୟାଚ୍‌ର ସିଧା ପ୍ରସାରଣ କଲର୍ସର ସିନେପ୍ଲେକ୍ସରେ ଦେଖାଯାଇପାରିବ।

{"id":234279,"width":579,"height":377,"sizeSlug":"large"}

ଏହି ମ୍ୟାଚ୍ ସଚ୍ଚିନଙ୍କ ଲାଗି ଏକ ଭାବୁକ କ୍ଷଣ ହେବ। କାରଣ ୧୪ ନଭେମ୍ବର ୨୦୧୩ ପରେ ସେ ଆଉ କ୍ରିକେଟ୍ କ୍ରିଜକୁ ଓହ୍ଲାଇନାହାନ୍ତି। ତେବେ ସବୁଠୁ ଯାହା ବଡ କଥା ତାହା ହେଉଛି ମ୍ୟାଚ୍‌ ଯୋଗେ ସଡକ ସୁରକ୍ଷା ଲାଗି ଲୋକଙ୍କୁ ସଚେତନ କରାଯିବ। ଭାରତରେ ପ୍ରତ୍ୟେକ ୪ ମିନିଟ୍‌ରେ ଜଣେ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛି। ଏଣୁ ସଚେତନତା ଲାଗି ଏହି ମ୍ୟାଚ୍‌ ବେଶ୍ ସଫଳ ହେବ ବୋଲି ଆଶା କରାଯାଉଛି।

{"id":234280,"width":576,"height":606,"sizeSlug":"large"}

ତେବେ କ୍ରିକେଟ୍ ଓ ସଚ୍ଚିନଙ୍କ କଥା ଉଠିଲେ  ଭାରତରେ ଲୋକେ ବି ଭାବୁକ ହୁଅନ୍ତି। ସଚ୍ଚିନ ୨୦୧୩ ମସିହାରେ ତାଙ୍କ ଶେଷ ମ୍ୟାଚ୍‌ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ତେବେ ରୋଡସେଫ୍ଟି ୱାର୍ଲଡ ସିରିଜ ମ୍ୟାଚ୍‌କୁ ସଚ୍ଚିନ ବନାମ ଲାରା ରଖାଯାଇଛି। କବର ଡ୍ରାଇଭରେ ସଚ୍ଚିନଙ୍କ ସଟ୍ ଦେଖିବାକୁ ତାଙ୍କ ଫ୍ୟାନ୍ ପୁଣି ତାଙ୍କୁ ଷ୍ଟାଡିୟମରେ ଉତ୍ସାହିତ କରିବେ ବୋଲି ଆୟୋଜତକ ଆଶାବ୍ୟକ୍ତ କରିଛନ୍ତି। ମ୍ୟାଚ୍‌ ଲାଗି ଟିମ୍ ଇଣ୍ଡିଆର ସବୁ ଖେଳାଳିଙ୍କୁ ଶୁକ୍ରବାର  ସିସିଆଇରେ ଅଭ୍ୟାସ କରୁଥିବାର ଦେଖାଯାଇଥିଲା।

{"id":234281,"sizeSlug":"large"}

ଏହି ମ୍ୟାଚ୍‌ରେ ୨୦୧୧ ବିଶ୍ୱକପ୍‌ର ହିରୋ ୟୁବରାଜ ସିଂହ ମଧ୍ୟ ଖେଳିବେ। ଏହି ୱାର୍ଲଡ ସିରିଜରେ ୫ଟି ଦେଶ ଖେଳୁଛନ୍ତି। ଏଥିରେ ଲାରା ଇଣ୍ଡିଜ୍ ଟିମ୍‌ର ନେତୃତ୍ୱ ନେବେ। ଟିମ୍ ଇଣ୍ଡିଆରେ ମହମ୍ମଦ କୈଫଙ୍କୁ ବି ଦେଖାଯିବ। ବୋଲିଂ ଓ ବ୍ୟାଟିଂ ଲାଗି ଖେଳାଳିମାନେ ଫିଟ୍ ଥିବା କହିଛନ୍ତି ତେବେ ସେମାନଙ୍କ ଲାଗି ଯାହା ଚିନ୍ତାର କାରଣ ରହିଛି ତାହା ହେଉଛି ଫିଲ୍ଡିଂ ବୋଲି କହିଛନ୍ତି ଯୁବରାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.