Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କ୍ରୁଜ୍ ଡ୍ରଗ୍ସ କେସ୍‌ର ତଦନ୍ତକାରୀ ଅଧିକାରୀ ରହିବେ ୱାଙ୍ଖଡେ: Vigilance ଅଫିସର

27/10/2021 at 8:56 PM

ମୁମ୍ବାଇ ୨୭।୧୦: ସମୀର ୱାଙ୍ଖଡେଙ୍କ ବିରୋଧରେ ମଜଭୁତ ପ୍ରମାଣ ଯୋଗାଡ ନ ହେବା ପର୍ଯ୍ୟନ୍ତ ସେ କ୍ରୁଜ ଡ୍ରଗ୍ସ କେସ୍‌ର ତଦନ୍ତକାରୀ ଅଧିକାରୀ ରହିବେ।  ଲାଞ୍ଚ ଅଭିଯୋଗର ତଦନ୍ତ ଲାଗି ଦିଲ୍ଲୀରୁ ଆସିଥିବା ୫ ସଦସୀୟ ଭିଜିଲାନ୍ସ ଟିମ୍‌ର ନେତୃତ୍ୱ ନେଉଥିବା ଏନସିବି ଡିଡିଜି ଜ୍ଞନେଶ୍ୱର ସିଂହ  ବୁଧବାର ଏହି ସୂଚନା ଦେଇଛନ୍ତି।  ଲାଞ୍ଚ ମାମଲାରେ ୱାଙ୍ଖଡେ ବୁଧବାର ଭିଜିଲାନ୍ସରେ ହାଜର ହୋଇ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ତାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ପଚରା ଉଚରା କରାଯାଇଥିବା ଡିଡିଜି କହିଛନ୍ତି। ମାମଲାରେ ଆବଶ୍ୟକ ହେଲେ ତାଙ୍କୁ ଅଧିକ ପଚରା ଉଚରା କରାଯାଇପାରେ ବୋଲି ସେ କହିଛନ୍ତି।

 ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌କୁ ରଫା ଦଫା କରିବା ଲାଗି ୨୫ କୋଟି ଟଙ୍କା ଦାବି କରିଥିବା ପ୍ରଭାକର ସେଲ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମୁମ୍ବାଇ ପୋଲିସକୁ ଯାଇ ନିଜର ବୟାନ ରେକର୍ଡ କରିଛି। ଜୋନ-୧ ଡିସିପିଙ୍କ କାର୍ଯ୍ୟାଳୟରେ ପ୍ରଭାକର ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପହଞ୍ଚିଥିଲା। ସେଠାରେ ଦୀର୍ଘ ୮ ଘଣ୍ଟା କାଳ ସେ ନିଜର ବୟାନ ରେକର୍ଡ କରାଇଛି। ପ୍ରଭାକର କ୍ରୁଜ ଡ୍ରଗ୍ସ କେସ୍‌ରେ ସାକ୍ଷ ଓ ଅନ୍ୟତମ ସାକ୍ଷ କିରଣ ଗୋସାଭୀଙ୍କ ଦେହରକ୍ଷୀ।

ଡ୍ରଗ୍ସ କେସ୍‌କୁ ଦବାଇ ଦେବା ଲାଗି ୨୫ କୋଟି ଟଙ୍କା ଡିଲ ନେଇ କଥାବାର୍ତ୍ତା ହେଉଥିବାର ସେ ଶୁଣିଥିବା କହିଛି। ଏଥିରୁ ୧୮ କୋଟି ଟଙ୍କାରେ ଡିଲ ଚୂଡ଼ାନ୍ତ ହେବାର ଥିଲା। ଯେଉଁଥିରୁ ୱାଙ୍ଖଡେ ୮ କୋଟି ଟଙ୍କା ନେଇଥାନ୍ତେ। ସେପଟେ ୱାଙ୍ଖଡେଙ୍କ ଭଉଣୀ ୟସ୍ମିନ ୱାଙ୍ଖଡେ ବୁଧବାର ଜାତି,ଧର୍ମ ଓ ଚାକିରୀ ପାଇବାର ଉପାୟ ନେଇ ପ୍ରଶ୍ନ ଉଠାଇଥିବା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କ ବିରୋଧରେ ଲିଖିତ ଏତଲା ଦେଇଥିବା ଜଣାପଡିଛି।

ଏଥିରେ ୟସ୍ମୀନ ତାଙ୍କ ଇନଷ୍ଟାଗ୍ରାମରୁ ଫଟୋ ନେଇ ତାଙ୍କୁ ବଦନାମ କରିବା ଲାଗି ଉଦ୍ୟମ ହୋଇଥିବାର ଅଭିଯୋଗ କରିଛନ୍ତି। ସେ ତାଙ୍କ ଲିଖିତ ଏତଲା ଓସିୱରା ପୋଲିସ ଥାନାରେ ଦେଇଛନ୍ତି। ଏଥିରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଲାଗି ୟସ୍ମୀନ ନିବେଦନ କରିଛନ୍ତି।  

   Related Posts