Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କରୋନା ଯୋଗୁ ୱାଲ୍ଟ ଡିଜନୀ ୱାର୍ଲଡରେ ଚାଲିଛି କର୍ମଚାରୀ ଛଟେଇ, ଚାକିରୀ ହରାଇବେ ୧୧ ହଜାର କର୍ମଚାରୀ

31/10/2020 at 4:26 PM

ଓର୍ଲାଣ୍ଡୋ: କରୋନା ଭାଇରସ ମହାମାରୀ ଆମେରିକାକୁ ଗୁରୁତର ପ୍ରଭାବିତ କରିଛି। ବାଣିଜ୍ୟ, ବ୍ୟବସାୟ ହ୍ରାସ ହୋଇଥିବା ବେଳେ ସବୁ କ୍ଷେତ୍ରରେ ଛଟେଇ ହେଉଛି । ଏହି କ୍ରମରେ ଏଣ୍ଟରଟୈନମେଣ୍ଟ କମ୍ପାନୀ ୱାଲ୍ଟ ଡିଜନୀରେ କର୍ମଚାରୀ ଛଟେଇ  ଆରମ୍ଭ ହୋଇଛି।  କମ୍ପାନୀ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଛଟେଇ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ସୂତ୍ରରୁ ସୂଚନା ମିଳିଛି। 

କମ୍ପାନୀଙ୍କ ଏହି ନିଷ୍ପତ୍ତି ପରେ ଫ୍ଲୋରିଡାସ୍ଥିତ କମ୍ପାନୀରୁ ଛଟେଇ କର୍ମଚାରୀଙ୍କ ସଂଖ୍ୟା ୧୮ ହଜାରରେ ପହଞ୍ଚିଯିବ ବୋଲି ଏକ ଆକଳନ କରାଯାଇଛି।  କର୍ମଚାରୀଙ୍କ ଛଟେଇ ନେଇ ଡିଜନୀ ୱାର୍ଲଡ ସ୍ଥାନୀୟ ରାଜନେତାଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। କମ୍ପାନୀଙ୍କ ସୂଚନା ଅନୁସାରେ ଛଟେଇ ହେବାକୁଥିବା ୧୧ହଜାର ୩୫୦ ୟୁନିୟନ ୱାର୍କରଙ୍କ ମଧ୍ୟରୁ ଅଧିକାଂଶ ପାର୍ଟ ଟାଇମ୍‌ ୱାର୍କର। ଏହା ପୂର୍ବରୁ କମ୍ପାନୀ ଛଟେଇ କରିଥିବା ୬ ହଜାର ୪ଶହ ନନ୍ ୟୁନିୟନ ୱାର୍କରଙ୍କ ସମ୍ପର୍କରେ ମଧ୍ୟ ପତ୍ର ଲେଖି ଜଣାଇ ଥିଲେ।

ଆକ୍ଟର୍ସ ଇକ୍ୱଟି ଆସୋସିଏସନ ଅନୁସାରେ କମ୍ପାନୀ ଚଳିତ ସପ୍ତାହ ପ୍ରାରମ୍ଭରେ ୭୨୦ ଡିଜନୀ ୱାର୍ଲଟ ୱାର୍କର୍ସ ଓ ସିଙ୍ଗରଙ୍କୁ ଛଟେଇ କରିଛନ୍ତି। କରୋନା ଭାଇରସ ମହାମାରୀ ଲାଗି ଫ୍ଲୋରିଡା ରିଜର୍ଟରେ ଅନେକ ଦିନରୁ ଲାଇଭ ଏଣ୍ଟରଟୈନମେଣ୍ଟ ସୋ ବନ୍ଦ ହୋଇଯାଇଛି। ଏଣୁ ଏହି କଳାକାରମାନଙ୍କର କୌଣସି କାମ ନଥିଲା। କର୍ମଚାରୀ ଛଟେଇ ଲାଗି ଡିଜନୀ ୱାର୍ଲଡ ଗତମାସରେ ନିଷ୍ପତ୍ତି ନେଇଥିଲେ।

କମ୍ପାନୀ ମୋଟ ୨୮ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବେ ବୋଲି ଜଣାପଡିଛି। ଏହି କ୍ରମରେ ଛଟେଇ ଏବେ ଆରମ୍ଭ ହୋଇଛି। ଦେଶରେ କରୋନା ଭାଇରସ ସଂକ୍ରମଣ ପରେ ୱାଲ୍ଟ ଡିଜନୀର ସମସ୍ତ ଆମ୍ୟୁଜମେଣ୍ଟ ପାର୍କ ବନ୍ଦ ରହିଛି। ଏଥିରେ ଫ୍ଲୋରିଡା ପାର୍କ କିଛି ସମୟ ପୂର୍ବରୁ ଖୋଲିଥିଲା। ତେବେ କରୋନା ଜନିତ କଟକଣା ଲାଗି ତାହା ମଧ୍ୟ ଠିକରେ ଚାଲି ପାରୁନାହିଁ। ଏଣୁ କମ୍ପାନୀ କର୍ମଚାରୀ ଛଟେଇ ଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।  

   Related Posts