ହୃଦୟ ପାଇଁ ଅତ୍ୟନ୍ତ ହିତକର ଅଖରୋଟ୍: ଅଧିକ ସେବନ ହୋଇପାରେ ହାନିକାରକ, ଜାଣନ୍ତୁ ସଠିକ୍ ତରିକା

Published By : Prameya-News7 Bureau | October 14, 2020 IST

ଭୁବନେଶ୍ୱର ୧୪/୧୦ : ହୃଦୟ ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହେ। ସେଥିପାଇଁ ହୃଦୟକୁ ସୁସ୍ଥ ରଖିବା ମହତ୍ଵପୂର୍ଣ୍ଣ। ଖାଦ୍ୟପେୟ ଶରୀରକୁ ପ୍ରଭାବିତ କରିଥାଏ। ସେଥିପାଇଁ ଆହାରରେ ଏମିତି ଖାଦ୍ୟ ପଦାର୍ଥ ସାମିଲ କରିବା ଉଚିତ ଯାହା ମଣିଷକୁ ସୁସ୍ଥ ରଖିବ। ଅଖରୋଟ ଏହିଭଳି ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ସେଥିପାଇଁ ଅଖରୋଟ୍ ସେବନ କରିବା ଉଚିତ। ଏହିଭଳି ଆଉ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ହେଲା ଶୁଖିଲା ଏପ୍ରିକଟ୍। ଏପ୍ରିକଟରେ ନା କେବଳ ପୋଷାକ ତତ୍ତ୍ୱ ଭରପୁର ରହିଛି ବରଂ ଏଥିରେ ଅନେକ ଵାୟୋଆକ୍ଟିଭ୍ ତତ୍ତ୍ୱ ମଧ୍ୟ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଅଖରୋଟ୍ ମସ୍ତିସ୍କ ସହ ହୃଦୟ ପାଇଁ ମଧ୍ୟ ହିତକର। ଏହା ହୃଦୟର କାର୍ଯ୍ୟ ପ୍ରଣାଳୀ ସଞ୍ଚାଳିତ ଓ ନିୟନ୍ତ୍ରିତ କରିଥାଏ ଓ ସୁଧାର ଆଣିଥାଏ। ଅଖରୋଟରେ ଓମେଗା ଫେଟି ଏସିଡ ଅଧିକ ମାତ୍ରାରେ ରହିଛି। ଯେଉଁଥିପାଇଁ ଏହା କାର୍ଡିଓଭାସ୍କୁଲାର୍ ସିଷ୍ଟମ୍ ପାଇଁ ବହୁତ ଲାଭଦାୟୀ ହୋଇଥାଏ। ଓମେଗା-୩ ଫେଟି ଏସିଡ ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ କମ୍ କରିବା ଓ ଭଲ କୋଲେଷ୍ଟ୍ରୋଲକୁ ବୃଦ୍ଧି କରାଇଥାଏ ଯାହା ହୃଦୟ ପାଇଁ ହିତକର। ପ୍ରତିଦିନ କିଛି ଅଖରୋଟ୍ ସେବନ କଲେ ଉଚ୍ଚ ରକ୍ତଚାପ କମ କରିବାରେ ସହାୟକ ହୋଇଥାଏ।

{"id":344154,"sizeSlug":"large"}

ଅଖରୋଟରେ ଭରପୁର ମାତ୍ରାରେ ଭିଟାମିନ୍-ବି, ଫାଇବର୍, ମ୍ୟାଗନେସିୟମ୍ ଓ ଆଣ୍ଟିଅକ୍ସିଡେଣ୍ଟ ୍ରହିଛି। ଅଖରୋଟରେ ପ୍ରୋଟିନ୍ ମଧ୍ୟ ଭରପୁର ମାତ୍ରାରେ ରହିଛି। ଅଖରୋଟ୍ ସୁଜନ ନିୟନ୍ତ୍ରଣ କରିବା, ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଏହି ସବୁ ଗୁଣ ସହ ଏହା ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ। ଅଖରୋଟରେ କ୍ୟାଲୋରୀ ମଧ୍ୟ ବହୁତ ମାତ୍ରାରେ ରହିଛି। ସେଥିପାଇଁ ସଂଯମର ସହ ତାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ପ୍ରତିଦିନ ଗୋଟିଏରୁ ଦୁଇଟି ଅଖରୋଟ୍ ସକାଳେ କିମ୍ବା ସନ୍ଧ୍ୟାରେ ସେବନ କରିବା ଉଚିତ। ଗୋଟିଏ ଦିନରେ ୫ରୁ ଅଧିକ ଅଖରୋଟ୍ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଗରମ ହୋଇଥାଏ। ସେଥିପାଇଁ ଜ୍ୱର ହେବାର ସମ୍ଭାବନା ମଧ୍ୟ ରହିଛି। କଫ ସମସ୍ୟା ଥିଲେ ଅଖରୋଟ ସେବନ କରିବା ଉଚିତ ନୁହେଁ। ଖାଲି ପେଟରେ ଅଖରୋଟ୍ ସେବନ କରିବା ଉଚିତ।

{"id":344156,"sizeSlug":"large"}

ଅଖରୋଟ୍ ସେବନ କରିବାର ସଠିକ ତରିକା ହେଲା, ଏହାଲୁ କଦଳୀ କିମ୍ବା ଦହିରେ ମିଶାଇ ମିଶ୍ରଣ କରି ଖାଇବା। ତାଛଡା ସାଲାଡ଼ ସହ ମଧ୍ୟ ଖାଇପାରିବେ। ଅଖରୋଟରେ ଲେମ୍ବୁ ରସ, ରସୁଣ, ଅଲିଭ ଅଏଲ, ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ମଧ୍ୟ ସେବନ କରିପାରିବେ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.