ଓ୍ଵଲମି ସଂଗଠନର ଆନ୍ଦୋଳନ ଜାରୀ

Published By : Prameya-News7 Bureau | July 26, 2018 IST

ଆଠ ଦଫା ଦାବି ନେଇ ୱାଲମି କର୍ମଚାରୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ୱାଲମି କର୍ମଚାରୀଙ୍କ ଅବସର ସୀମା ୫୮ ପରିବର୍ତ୍ତେ ୬୦ କରିବା, ମହଙ୍ଗା ଭତ୍ତା ପ୍ରଦାନ, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବି ନେଇ ଦିର୍ଘ ଦିନ ହେଲା ଆନ୍ଦୋଳନ କରୁଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହେ ଧରି କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.