Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଟାଟା ଗ୍ରୁପର ‘ସୁପର ଆପ୍’ରେ ୨୫ ବିଲିୟନ ନିବେଶ କରିବ ଓ୍ଵାଲମାର୍ଟ ! ଚାଲିଛି ଆଲୋଚନା

29/09/2020 at 7:20 PM

ନୂଆଦିଲ୍ଲୀ ୨୯।୦୯: ଓ୍ଵାଲମାର୍ଟ ଇଙ୍କ ଟାଟା ଗ୍ରୁପ ସହିତ ଭାରତୀୟ ଲୁଣ-ଟୁ-ସଫ୍ଟଓୟାର ଗ୍ରୁପର ନୂତନ ‘ସୁପର ଆପ୍‌’ରେ ୨୫ ବିଲିୟନ ସମ୍ଭାବିତ ନିବେଶ ନେଇ ଆଲୋଚନା କରୁଛି। ଏହି ମାମଲାରେ ଜଡିତ ଲୋକଙ୍କ ସୂତ୍ରରୁ ମିଣ୍ଟ ଖବରକାଗଜ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ ଦୁଇ କମ୍ପାନୀ ମଧ୍ୟରେ ଜାରି ଆଲୋଚନା ମୁତାବକ ସୁପର ଆପ୍‌କୁ ଟାଟା ଓ ଓ୍ଵାଲମାର୍ଟ ମିଳିତ ଉଦ୍ୟମରେ ଲଞ୍ଚ କରି ପାରନ୍ତି। ଏହା ଟାଟାର ଇ-କମର୍ସ ବ୍ୟବସାୟ ଓ ଓ୍ଵାଲମାର୍ଟର ଇ-କମର୍ସ ସଂସ୍ଥା ଫ୍ଲିପକାର୍ଟ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବ।

ଏସିଆର ସବୁଠୁ ଧନଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍‌ ଏହାର ଡିଜିଟାଲ୍ ବ୍ୟବସାୟ ଜିଓ ପ୍ଲାଟଫର୍ମର ଷ୍ଟକ୍ ବିକ୍ରୟ କରି ଫେସବୁକ୍, ଆଲଫାବେଟର ଗୁଗୁଲ୍, କେକେଆର୍ ଆଣ୍ଡ କୋ ଏବଂ ସିଲଭର ଲେକ୍ ପାର୍ଟନର ସମେତ ନିବେଶକଙ୍କ ଠାରୁ ୨୦ ବିଲିୟନ ଡଲାରରୁ ଅଧିକ ସଂଗ୍ରହ କରି ପାରିଛି। ସେହି ପରି ଟାଟା ଗ୍ରୁପ ମଧ୍ୟ ନିବେଶ ସନ୍ଧାନରେ ରହିଛି।

ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ ଟାଟା ଗ୍ରୁପ ନିଜର ନୂତନ ଡିଜିଟାଲ ପ୍ଲାଟଫର୍ମରେ ଅଂଶଧନ ବିଷୟରେ ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା କରୁଛି। ଓ୍ଵାଲମାର୍ଟ ଟାଟା ଗ୍ରୁପରେ ଡିଜିଟାଲ ପ୍ଲାଟଫର୍ମ ପାଇଁ ୨୦ ରୁ ୨୫ ବିଲିୟନ ନିବେଶ କରିପାରେ।

ଏହି ସୁପର ଆପ୍ ଭାରତରେ ଡିସେମ୍ଵର କିମ୍ବା ଜାନୁଆରୀରେ ଲଞ୍ଚ ହୋଇପାରେ। ଏହି ଆପ୍ ଜରିଆରେ ଟାଟା ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଗୋଟିଏ ଚ୍ୟାନେଲ ଅଧିନକୁ ଆଣି ପାରିବ ଏବଂ ନିଜର ଖୁଚୁରା ସ୍ଥାନରେ ବିଭିନ୍ନ ଉତ୍ପାଦ ପ୍ରଦାନ କରି ପାରିବ।

ଟାଟା କନସେଲଟେନ୍ସି ସର୍ଭିସେଜ, ଟାଟା ମୋଟର୍ସ ଓ ଟାଟା ଷ୍ଟିଲ ସେୟାରରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହିତ ଟିସିଏସର ନିଫଟି ୫୦ ସୂଚକାଙ୍କ ଶୀର୍ଷରେ ପହଞ୍ଚିଛି। ଯଦି ଓ୍ଵାଲମାର୍ଟ ଟାଟା ଗ୍ରୁପରେ ନିବେଶ କରେ ତେବେ ଫ୍ଲିପକାର୍ଟ ନିଜର ନିବେଶକକୁ ଶୀର୍ଷ ସ୍ତରକୁ ନେଇ ପାରିବ।

   Related Posts