ଓ୍ବାଲମାର୍ଟ ଇଣ୍ଡିଆ କରିବ ୧୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ ୧୩/୧: ଓ୍ବାଲମାର୍ଟ ଇଣ୍ଡିଆ ନିଜ ଷ୍ଟୋରର ବ୍ୟବସାୟ ସହ ଜଡ଼ିତ ସର୍ବୋଚ୍ଚ ଅଧିକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅଧିକାରୀଙ୍କୁ ହଟାଇବାକୁ ଯାଉଛି। ଗୁରୁଗ୍ରାମ ସ୍ଥିତ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରୁ ଛଟେଇ କରାଯିବ। ଓ୍ବାଲମାର୍ଟ ୨୦୧୮ମସିହାରେ ଦେଶର ଶ୍ରେଷ୍ଠ ବାଣିଜ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ଫ୍ଲିପକାର୍ଟକୁ କିଣିଥିଲା।

 କମ୍ପାନୀକୁ ଭାରତରେ କ୍ୟାସ୍-ଆଣ୍ଡ-କ୍ୟାରି ବ୍ୟବସାୟରେ ଭବିଷ୍ୟତ ନଜର ଆସୁଛି। ଓ୍ବାଲମାର୍ଟ ଏଗ୍ରି ବିଜନେସ୍ ଏବଂ ଏଫଏମସିଜି ଡିଭିଜନରୁ ଉପାଧ୍ୟକ୍ଷଙ୍କ ସହ ୧୦୦ରୁ ଅଧିକ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଛଟେଇ କରାଯିବ ବୋଲି ସୂଚନା ଦେଇଛି।

ଓ୍ବାଲମାର୍ଟ ମୁମ୍ବାଇରେ ଫୁଲଫିଲମେଣ୍ଟ ସେଣ୍ଟର ବନ୍ଦ କରିବାକୁ ମଧ୍ୟ ଯୋଜନା କରିଛି ଯାହା ଦେଶରେ କମ୍ପାନୀର ସବୁଠୁ ବଡ଼ ଓ୍ବେୟାରହାଉସ୍ ଅଟେ। ଏହା ସହିତ କମ୍ପାନୀ ଦେଶରେ ନୂଆ ଷ୍ଟୋର ମଧ୍ୟ ଖୋଲିବ ନାହିଁ। କମ୍ପାନୀ ଏହି ପଦକ୍ଷେପ ଏଥିପାଇଁ ନେଉଛି କାରଣ ଭାରତରେ କମ୍ପାନୀର କୌଣସି ଲାଭ ହେଉନାହିଁ। ଭାରତରେ ଓ୍ବାଲମାର୍ଟ କାରବାର ଆରମ୍ଭ ହୋଇଥିବା ପାଖାପାଖି ୧୦ବର୍ଷ ହୋଇଗଲାଣି ତଥାପି ଏହି କମ୍ପାନୀ ବିକାଶ ହାର କମ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.