Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲଗାଣ ବର୍ଷା ହେଲା କାଳ, ଭାଙ୍ଗିଲା ଘରର କାନ୍ଥ

14/09/2021 at 11:47 AM

ଜଳେଶ୍ୱର ୧୪।୦୯: ଲଗାଣ ବର୍ଷା ହେଲା କାଳ । ଭାଙ୍ଗିଲା ଘରର କାନ୍ଥ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ , କିନ୍ତୁ ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଦେଖିବାକୁ ମିଳିଛି ଏପରି ଘଟଣା ।

 ଖବର ଅନୁଯାୟୀ, ଜଳେଶ୍ୱର ବ୍ଲକରେ ଦୀର୍ଘ ୫/୬ ଦିନ ଧରି ଲଘୁଚାପ ବର୍ଷା ଲାଗି ରହିଛି  । ତେବେ ଗତ କାଲି ଲଗାଣ ବର୍ଷାରେ ପାଇକସିଦା ପଞ୍ଚାୟତର କେଶପୁରା ଗାଁର ଅଜୟ କୁମାର ଦେଙ୍କର ଘର କାନ୍ଥ ଭାଙ୍ଗିଯାଇଛି ।  ବର୍ଷା ପାଣିରେ  ଭିଜି ରହିଥିବା ବେଳେ ହଠାତ କାନ୍ଥ ଭାଙ୍ଗି ପଡିଥିଲା  ।  ଘର ଭିତରେ ଥିବା ପରିବାର ସଦସ୍ୟ ଶବ୍ଦ ଶୁଣି ବାହାରକୁ ପଳେଇ ଆସିଥିଲା । ଯାହାଫଳରେ ଅଳ୍ପକେ ରକ୍ଷା ପାଇଯାଇଥିଲେ  । ମାତ୍ର ଲକ୍ଷାଧିକ ଟଙ୍କାର ଆସବାପତ୍ର କାନ୍ଥ ତଳେ ଚାପି ହୋଇରହିଛି  । ଅଜୟଙ୍କର ପରିବାର ଏକ ଯୌଥ  ପରିବାର ହୋଇ ଥିବାରୁ ପରିବାର ଲୋକ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ତହସିଲ ପ୍ରଶାସନ ପହଞ୍ଚି ସ୍ଥିତି ଅନୁସନ୍ଧାନ କରିଛନ୍ତି ।

   Related Posts