Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଘରେ ଶୋଇଥିବା ବେଳେ ଭୁଷୁଡି ପଡିଲା କାନ୍ଥ, ମହିଳା ମୃତ : ମା’କୁ ଝୁରୁଛି ୬ ମାସର ଶିଶୁ

21/09/2021 at 3:36 PM

ମୋରଡା ୨୧।୯: ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମାଟି କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଛି ।  ଘରେ ଶୋଇଥିବା ମାଟି କାନ୍ଥ ଭୁଷୁଡି ପଡିଥିଲା ।  ମାଟି ତଳେ ଚାପି ହୋଇ ରହିଯାଇଥିଲେ ମହିଳା । ସଙ୍ଗେ ସଙ୍ଗେ ମହିଳାଙ୍କ ଭାଇ ତାଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ ।  ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଶିଶୁ ।

ମୃତ ମହିଳା ଜଣଙ୍କ ମୋରଡା ପଳାଶମୁଣ୍ଡଳୀ ଗ୍ରାମର କାଞ୍ଚନି ବେହେରା । ସେ ତାଙ୍କ ବାପ ଘରେ ଥିଲେ । କାଞ୍ଚନି ବେହେରାଙ୍କ ଦୁଇ ଝିଅ । ଜଣେ ୪ ବର୍ଷର ଆଉ ଜଣେ ମାତ୍ର ୬ ମାସର ।  ଶିଶୁକୁ ସ୍ତନ୍ୟପାନ କରାଇବା ବେଳେ ଏଭଳି ଅଭାବନୀୟ ଘଟଣା । ତେବେ ଖବର ପାଇ ଘଟଣାସ୍ଥଳରେ ପଞ୍ଚାୟତ ପିଇଓ ପୁରୁଷୋତ୍ତମ ସାହୁ ସଙ୍ଗେ ସଙ୍ଗେ ହରିଶଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କାର ସହାୟତା ଯୋଗାଇଛନ୍ତି । ପରେ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

   Related Posts