ମାଟି କାନ୍ଥ ଭୂଶୁଡି ଦୁଇ ବର୍ଷର ଝିଅ ମୃତ, ୩ ପିଲା ଆହତ

Published By : Prameya-News7 Bureau | September 14, 2021 IST

ଗଞ୍ଜାମ ୧୪/୦୯: ଗଞ୍ଜାମ ବଡଗଡ ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ । ମାଟି କାନ୍ଥ ଭୂଷୁଡି ଦୁଇ ବର୍ଷର ଝିଅ ମୃତ୍ୟୁ । ତିନିଜଣ ପିଲା ଆହତ ହୋଇଛନ୍ତି । ଖେଳୁଥିବା ବେଳେ ଘଟିଲା ଅଘଟଣ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ବଡଗଡ ଥାନା ଇଲାକାରେ ମଙ୍ଗଳବାର ସକାଳେ ଅଘଟଣ ଘଟିଛି । ଲଗାଣ ବର୍ଷା ହେତୁ ଏକ ଘରର ମାଟି କାନ୍ଥ ଧସି ୫ ବର୍ଷର ଶିଶୁ କନ୍ୟାର ଜୀବନ ଯାଇଛି ।

ମୃତକ ହେଲେ ଦିନ ମଜୁରିଆ ଚିକୁ ନାଇକଙ୍କ ଝିଅ ଲିପି ନାଇକ । ରୁଗୁମ ପଞ୍ଚାୟତ ରାମଚନ୍ଦ୍ରପୁର (ରାଶିବାଡି) ଗାଁରେ ଏହି ଘଟଣା ଘଟିଛି । ସକାଳ ପ୍ରାୟ ୧୦ଟା ବେଳେ ପ୍ରାୟ ୭ ଜଣ ପିଲା ଖେଳୁଥିବା ବେଳେ ପାଖ ଘରର ମାଟି କାନ୍ଥ ଯାହା ଲଗାତର ବର୍ଷା ହେତୁ ଦୁର୍ବଳ ହୋଇ ଯାଇଥିଲା ଅଚାନକ ଧସି ଯାଇଥିଲା । ଲିପିଙ୍କ ମୃତ୍ୟୁ ହୋଇଥିଲା । ୬ ବର୍ଷର ପ୍ରଶାନ୍ତ ନାଇକ ଓ ୧୨ ବର୍ଷର ତୁଳସୀ ନାଇକ ଆହତ ହୋଇଛନ୍ତି ।

ତେବେ ଆଉ ୩/୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଧରାକୋଟ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାର ଆଶ୍ବାସନା ଦେଇଛନ୍ତି । ବଡଗଡ ଥାନାଧିକାରୀ ସୁରଜ କୁମାର ଝାଙ୍କର ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.