Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମାଙ୍କଡଙ୍କ ଝଗଡା ଯୋଗୁଁ ଭାଙ୍ଗିଗଲା କାନ୍ଥ: ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ

7/10/2020 at 3:11 PM

ଆଗ୍ରା ୦୭/୧୦ :ତାଜ ନଗରୀ ଆଗ୍ରାରେ ମାଙ୍କଡଙ୍କ ଆତଙ୍କ ଲୋକଙ୍କ ପ୍ରାଣ ନେବାରେ ଲାଗିଛି। ଆଗ୍ରା ହରି ପର୍ବତ ଘଟୀୟ ଆଜମ ଖାଁ ସ୍ଥିତ ସତ୍ସଙ୍ଗ ଗଳିରେ ଏକ ଭୟଙ୍କର ଘଟଣା ଘଟିଛି। ସୋମବାର ସନ୍ଧ୍ୟାରେ କିଛି ମାଙ୍କଡ ଏଠାରେ ଝଗଡା କରିବାରୁ ଦୁଇ ମହଲା କୋଠାର କାନ୍ଥ ଭାଙ୍ଗି ଯାଇଥିଲା। ଭଙ୍ଗା କାନ୍ଥ ତଳେ ଚାପି ହୋଇ ଘର ମାଲିକ ଲକ୍ଷ୍ମଣ ତୁଳସୀ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସତ୍ସଙ୍ଗ ଗଳିରେ ୫୫ ବର୍ଷ ବୟସ୍କ ଘର ମାଲିକ ଲକ୍ଷ୍ମଣ ଏକ ବ୍ୟାଙ୍କରେ ସୁନା ଗହଣା ପରଖିବା କାମ କରୁଥିଲେ। ଦୁଇ ମହଲା କୋଠାରେ ୩ ଭାଇଙ୍କ ପରିବାର ରୁହନ୍ତି। ଘର ବହୁତ ପୁରୁଣା ହୋଇଯାଇଥିଲା। ସେଥିପାଇଁ ଛାତ ଭାଙ୍ଗି ଲେଣ୍ଟର ପକାଇବା କାମ ଚାଲିଥିଲା। ସେଥିପାଇଁ ଘରର ୩ ଆଡୁ କାନ୍ଥ ଭଙ୍ଗା ଯାଇଥିଲା। ଗୋଟିଏ ପଟ କାନ୍ଥ ହିଁ ବଞ୍ଚିଥିଲା। ସୋମବାର ସନ୍ଧ୍ୟା ସାଢେ ୪ଟା ସମୟରେ ଶ୍ରମିକମାନେ କାମ କରୁଥିଲେ। ଲକ୍ଷ୍ମଣ ଓ ଶ୍ରମିକ ପ୍ରଥମ ମହଲା ଛାତ ଉପରେ ଥିଲେ। ସେତେବେଳେ ୩୦-୪୦ ମାଙ୍କଡ ଆସିଥିଲେ ଓ ପରସ୍ପର ମଧ୍ୟରେ ଝଗଡା କରିଥିଲେ। ଏତିକିବେଳେ କାନ୍ଥ ଭାଙ୍ଗି ଯାଇଥିଲା। ଏହି କାନ୍ଥ ତଳେ ଚାପି ହୋଇ ଲକ୍ଷ୍ମଣ ଓ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ଆଗ୍ରା ସହରରେ ସବୁବେଳେ ମାଙ୍କଡଙ୍କ ଆତଙ୍କ ଦେଖିବାକୁ ମିଲିଥାଏ। ତେବେ ମାଙ୍କଡଙ୍କ ଝଗଡା କାରଣରୁ କାହାର ଜୀବନ ଚାଲିଯାଇଥିବା ଏହା ପ୍ରଥା ଘଟଣା। ୨୦୨୦ ମାର୍ଚ୍ଚ ମାସରେ ଶାହଗଂଜ ଆଜମପାଡାରେ ଝିଅକୁ ବଞ୍ଚାଇବାକୁ ଛାତକୁ ଯାଇଥିବା ଉସ୍ମାନଙ୍କୁ ମାଙ୍କଡମାନେ ହମଲା କରିଥିଲେ। ମାଙ୍କଡମାନେ ହମଲା କରିବାରୁ ଉସ୍ମାନ ଛାତରୁ ତଳେ ପଡିଯାଇଥିଲେ। ମାଙ୍କଡଙ୍କ ହମଲା କାରଣରୁ ୨୦୧୯ ମସିହାରେ ହରିଶଙ୍କର ଗୋୟଲ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

   Related Posts