ମା-ପୁଅଙ୍କ ଦେଖା ହେଲାନି : ଓ୍ବାଜିଦଙ୍କ ବିଦାୟ ଯେତିକି ଦୁଃଖଦ ମା’ଙ୍କ କଷ୍ଟ ଆହୁରି କରୁଣ

Published By : Prameya-News7 Bureau | June 01, 2020 IST

ମୁମ୍ବାଇ ୧/୬: କରୋନା ଯୋଗୁଁ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଓ୍ବାଜିଦ ଖାନଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କ ମୃତ୍ୟୁ ଯୋଗୁଁ ସାରା ବଲିଉଡରେ ଶୋକର ଲହରୀ ଖେଳି ଯାଇଛି। କିନ୍ତୁ ସବୁଠୁ ଦୁଃଖଦାୟକ ହେଉଛି ଯେ ତାଙ୍କ ପରିବାରର କେତେକ ସଦସ୍ୟଙ୍କୁ ଓ୍ବାଜିଦଙ୍କ ସହ ଭେଟିବାକୁ ଦିଆଯାଇ ନଥିଲା ଏବଂ ତାଙ୍କ ମାଙ୍କୁ ତ ଏବେ ଯାଏଁ କୁହା ବି ଯାଇନାହିଁ ଯେ ତାଙ୍କ ପୁଅ ଓ୍ବାଜିଦ ଏବେ ଆଉ ନାହାନ୍ତି।

ସାଜିଦ-ଓ୍ବାଜିଦଙ୍କ ସହ ସଲମାନଙ୍କ ଫିଲ୍ମ ଦବଙ୍ଗ ୨ର ସବୁଠୁ ହିଟ୍ ଫେବିକଲ୍ ଗୀତ ଗାଇଥିବା ଗାୟିକା ମମତା ଶର୍ମା କହିଥିଲେ ଯେ ଓ୍ବାଜିଦଙ୍କ ମାଆ ମଧ୍ୟ କରୋନା ସଂକ୍ରମିତ। ତେଣୁ ଡାକ୍ତର ତାଙ୍କୁ ଏକଥା ଶୁଣାଇବାକୁ ମନା କରିଥିଲେ କାରଣ ଯଦି ତାଙ୍କୁ ଏବିଷୟରେ ଜଣା ପଡ଼େ ତେବେ ସେ ନିଜକୁ ରୋକି ପାରିବେ ନାହିଁ ଏବଂ ତାଙ୍କୁ ଦେଖିବାକୁ ଉଦ୍ୟମ କରିବେ ଯାହା ତାଙ୍କ ପାଇଁ ଏବଂ ଆଖପାଖର ଲୋକଙ୍କ ପାଇଁ ବିପଦ ହୋଇପାରେ। ଏହା ଦ୍ବାରା ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ କରୋନା ହୋଇପାରେ ଯେଉଁଥିପାଇଁ ପୋଲିସ୍ ସତର୍କତା ଅବଲମ୍ବନ କରୁଛି।

ମମତା ନିଜେ ମଧ୍ୟ ଶ୍ମଶାନ ବାହାରେ ଛିଡ଼ା ହୋଇଥିଲେ କାରଣ ପୋଲିସ୍ କାହାକୁ ମଧ୍ୟ ଭିତରେ ଯିବାକୁ ଅନୁମତି ଦେଉନାହିଁ। ଓ୍ବାଜିଦଙ୍କୁ କିଡନି ରୋଗ ହୋଇଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏଠାରେ ତାଙ୍କୁ କରୋନା ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.