ୱାଜିଦ୍ ଖାନ୍ ହସ୍ପିଟାଲ ବେଡରେ ଗାଇଲେ ସଲମାନଙ୍କ ହୁଡ୍-ହୁଡ୍ ଦବଙ୍ଗ୍ : ଭିଡିଓ ଦେଖି ଭାବବିହ୍ଵଳ ବଲିଉଡ୍ ଜଗତ

Published By : Prameya-News7 Bureau | June 01, 2020 IST

ମୁମ୍ବାଇ ୦୧/୦୬ : ଗତକାଲି ବିଳମ୍ବିତ ରାତିରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦେଶକ ୱାଜିଦ ଖାନଙ୍କ ନିଧନ ହୋଇଛି | ସେ ପୂର୍ବରୁ କିଡନୀ ରୋଗରେ ପୀଡିତ ଥିଲେ | ୪୨ ବର୍ଷ ବୟସରେ ୱାଜିଦଙ୍କ ନିଧନ ହୋଇଛି | ୱାଜିଦଙ୍କ ନିଧନରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି | ସାଜିଦ-ୱାଜିଦଙ୍କ ଯୋଡି ବଲିଉଡରେ ଖୁବ ଲୋକପ୍ରିୟ | ସାଜିଦ-ୱାଜିଦଙ୍କ ଯୋଡି ସହ ସଲମାନ ଖାନଙ୍କୁ ପ୍ରଶଂସକ ଖୁବ ପସନ୍ଦ କରିଥାନ୍ତି | ଏହି ସୁପରହିଟ ଯୋଡି ସଂଗୀତ ଦୁନିଆରେ ଅନେକ ଜବରଦସ୍ତ ଗୀତ ଗାଇଛନ୍ତି | ସେ ସଲମାନ ଖାନଙ୍କ ପାର୍ଟନର, ଦବଂଗ, ୱାଣ୍ଟେଡ ଭଳି ଫିଲ୍ମରେ ସୁପରହିଟ ଗୀତ ଗାଇଛନ୍ତି | ୱାଜିଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି | ହସ୍ପିଟାଲ ବେଡ଼ରେ ସେ ସଲମାନ ଖାନଙ୍କ ଫିଲ୍ମ ଦବଂଗର ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି |

{"id":279565,"width":580,"height":329,"sizeSlug":"large"}

ଏହି ଭିଡିଓ ଫଟୋଗ୍ରାଫର ବିରଲ ଭୟାନି ସେୟାର କରିଛନ୍ତି | ଭିଡିଓରେ ୱାଜିଦ ହସ୍ପିଟାଲ ବେଡ଼ରେ ବସିଛନ୍ତି | ଏହା ପୁରୁଣା ଭିଡିଓ | ମୋବାଇଲରେ ରେକଡିଂ କରାଯାଇଥିବା ଏହି ଭିଡିଓରେ ୱାଜିଦ ନିଜ ଅନ୍ଦାଜରେ ଦବଙ୍ଗର ଟାଇଟଲ ସଙ୍ଗ ହୁଡ଼-ହୁଡ଼ ଦବଙ୍ଗ ଗାଉଥିବା ଦେଖିବାକୁ ମିଳିଛି | ୱାଜିଦଙ୍କ ଏହି ଅନ୍ଦାଜକୁ ଦେଖି ହସ୍ପିଟାଲରେ ତାଙ୍କ ଆଖପାଖରେ ଥିବା ଲୋକେ ଅତ୍ୟନ୍ତ ଖୁସି ହୋଇଥିଲେ |

{"id":279566,"width":572,"height":426,"sizeSlug":"large"}

ଟିଭି ଓ ସିନେମା ଜଗତର ବିଶ୍ୱସନୀୟ ଖବର ରଖୁଥିବା ଅରୁଣ କୁମାର ସଂଢ କହିଛନ୍ତି ଯେ, ୱାଜିଦଙ୍କୁ କିଡନୀରେ ସମସ୍ୟା ଥିଲା ଯେଉଁଥିପାଇଁ ସେ ୬୦ ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | କିଛି ଦିନ ପୂର୍ବରୁ ସେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଥିଲେ | ୩ ଦିନ ପୂର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖା ଦେଇଥିଲା | କିନ୍ତୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି |

wp:html
/wp:html

ଭର୍ସୋଭା ସ୍ମଶାନରେ ୱାଜିଦଙ୍କ ଅନ୍ତିମ ସଂସ୍କାର କରାଯିବ | କରୋନା କଟକଣା ଯୋଗୁଁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି | ସଲମାନ ଖାନ ୱାଜିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ସଲମାନଙ୍କ ସମେତ ବଲିଉଡ ଜଗତର ଅନେକ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ୱାଜିଦଙ୍କ ମୃତ୍ୟୁ ବଲିଉଡ ଜଗତ ପାଇଁ ଏକ ବଡ ଝଟକା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.