ତନ୍ତ ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାରକୁ ବୁଣାକାରଙ୍କ ବିରୋଧ

Published By : Prameya-News7 Bureau | February 26, 2021 IST

ଆନନ୍ଦପୁର ୨୬।୨: ତନ୍ତ ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାରକୁ ବୁଣାକାରଙ୍କ ବିରୋଧ । ଆନନ୍ଦପୁର ଉପଖଣ୍ଡ ଅତା ତନ୍ତ ସମବାୟ ସମିତିରେ ଅନିୟମିତତାକୁ ନେଇ ଅଣବୁଣାକାରମାନେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଅକ୍ଟୋବର ମାସରେ ତଦନ୍ତ କରାଯାଇ ସମ୍ପାଦକ ଅକ୍ଷୟ କୁମାର ପାଗଳଙ୍କୁ ବହିଷ୍କୃତ କରାଯାଇଥିଲା । ପୁରାତନ ସମ୍ପାଦକଙ୍କଠାରୁ ଦାଇତ୍ବ ନେଇ ନୂତନ ଭାବେ ନିଯୁକ୍ତ ସମ୍ପାଦକଙ୍କୁ ଦାଇତ୍ବ ଦେବାକୁ ବାରିପଦା ବୟନ କାର୍ଯ୍ୟାଳୟ କର୍ମଚାରୀ ଆସିଥିବା ବେଳେ ସେମାନଙ୍କୁ ଦୃଢ଼ ବିରୋଧ କରିଥିଲେ ବୁଣାକାର ।

{"id":414992,"sizeSlug":"large","linkDestination":"none"}

ଦୀର୍ଘ୫ ମାସ ଧରି ବୁଣା କାର୍ଯ୍ୟ ବନ୍ଦ ରହିଥିବା ବେଳେ ବୁଣାକାରଙ୍କ ଘରେ ଚୁଲି ଜଳୁନି । ଭୋକ ଉପାସରେ ରହୁଥିବା ବୁଣାକାରମାନେ ପୁରାତନ ସମ୍ପାଦକଙ୍କୁ ପୁନଃ ନିଯୁକ୍ତି ଦେବା ସହିତ ଅଣବୁଣାକାରଙ୍କ ନ୍ୟସ୍ତ ସ୍ବାର୍ଥକୁ ଗୁରୁତ୍ବ ନଦେବା ଏବଂ ତୁରନ୍ତ ସମସ୍ୟାର ସମାଧାନ ଦାବି କରି ତନ୍ତ ସମବାୟ ସମିତିକୁ ଚାଲୁ କରିବାକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.