Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବଢିଲା ମମତାଙ୍କ ଅପେକ୍ଷା, ନନ୍ଦିଗ୍ରାମ ନିର୍ବାଚନ ପରିଣାମ ଉପରେ ଏହି ତାରିଖରେ ହେବ ଶୁଣାଣି

14/07/2021 at 4:55 PM

କୋଲକାତା ୧୪।୦୭:  ପଶ୍ଚିମବଙ୍ଗରେ ନନ୍ଦିଗ୍ରାମ ବିଧାନସଭା ଆସନରେ ବିଜେପି ନେତା ଶୁଭେନ୍ଦୁ ଅଧିକାରଙ୍କ ବିଜୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ହେଲେ ଏହି ଆସନରେ କୋର୍ଟର ରାୟ ପାଇଁ ମମତାଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ। ମମତାଙ୍କ ଦ୍ଵାରା ଦାଖଲ ଯାଚିକା ଉପରେ ହାଇକୋର୍ଟ ଅଗଷ୍ଟ ୧୨ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ୧୯୫୬ ଭୋଟ୍‌ରେ ହରାଇଥିଲେ। ପରାଜୟକୁ ସହଜରେ ଗ୍ରହଣ କରି ପାରିନଥିଲେ ମମତା ଏବଂ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ବୁଧବାର ଅପରାହ୍ନ ୨ଟା୩୦ରେ ମାମଲାରେ ଶୁଣାଣି ହେବାର ଥିଲା।

ବିଚାରପତି କୌଶିକ ଚନ୍ଦ ତୃଣମୂଳ କଂଗ୍ରେସର ସୁପ୍ରିମୋଙ୍କ ଦ୍ଵାରା ଦାଖଲ ଆବେଦନର ଶୁଣାଣିରୁ ନିଜେ ଓହରି ଯାଇଛନ୍ତି। ଏହା ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ମାମଲାର ଶୁଣାଣି ଦାୟିତ୍ଵ ବିଚାରପତି ଶମ୍ପା ସରକାରଙ୍କ ପୀଠକୁ ହସ୍ତାନ୍ତର କରିଛନ୍ତି। ବିଚାରପତି କୌଶିକ ଚନ୍ଦ ଏହି ମାମଲାର ଶୁଣାଣିରୁ ଜୁଲାଇ ୭ରେ ନିଜକୁ ଅଲଗା କରି ଦେଇଥିଲେ। ମାମଲାର ଶୁଣାଣିରୁ ତାଙ୍କୁ ହଟାଇବାକୁ ଦାବି କରିଥିବା ମମତାଙ୍କ ଉପରେ ବିଚାରପତି କୌଶିକ ପାଞ୍ଚ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ।

ମମତା ଅଭିଯୋଗ କରିଥିଲେ ଯେ, ନନ୍ଦିଗ୍ରାମ ନିର୍ବାଚନରେ ଇଭିଏମ ହ୍ୟାକ୍ କରାଯାଇଛି। ନିର୍ବାଚନ ଅଧିକାରୀ ବିଜେପିର ଏଜେଣ୍ଟ ପରି କାମ କରିଛନ୍ତି। ଫଳାଫଳକୁ ସେ ଅଦାଲତରେ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ଅଛନ୍ତି।

   Related Posts