Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବାହାଘର ଭୋଜିରେ ଦୂରେଇ ବସିଲେ ଅତିଥି, ପିପିଇ କିଟ୍ ପିନ୍ଧି ଖାଦ୍ୟ ପରଷିଲେ ଓ୍ଵେଟର, ଭିଡିଓ ଭାଇରାଲ

26/07/2020 at 6:24 PM

ହାଇଦ୍ରାବାଦ ୨୬।୦୭: କରୋନା କାଳରେ ଦେଶରେ ବିବାହ ସମାରୋହ ମଧ୍ୟ ଜାରି ରହିଛି। ଖର୍ଚ୍ଚ କମି ଯାଉଥିବାରୁ ଅନେକ ଲକ୍‌ଡାଉନ୍‌ ସମୟରେ ବିବାହ କରିବାକୁ ଶ୍ରେୟସ୍କର ମଣୁଛନ୍ତି। କୋଭିଡ୍-୧୯ ଗାଇଡ୍‌ଲାଇନ୍‌ ପାଳନ କରି ବିବାହ ଆୟାଜନ କରାଯାଉଛି। ଏହି କ୍ରମରେ ସାମାଜିକ ଗଣମାଧ୍ୟମରେ ସଂପ୍ରତି ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଏକ ବିବାହ ଭୋଜିରେ ଖାଦ୍ୟ ପରଷୁଥିବା ବ୍ୟକ୍ତି(ଓ୍ଵେଟର) ପିପିଇ କିଟ୍‌ ପିନ୍ଧି ଅତିଥିମାନଙ୍କୁ ଖାଦ୍ୟ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣା ଆନ୍ଧ୍ର ପ୍ରଦେଶର।

ଓ୍ଵେଟର କୃଷ୍ଣା  ଜିଲ୍ଲାର ଗୁଡିଓ୍ଵାଡାର କୋଟି କ୍ୟାଟର୍ସର ସଦସ୍ୟ ଅଟନ୍ତି। ଆନ୍ଧ୍ର ପ୍ରଦେଶର ମୁଣ୍ଡିନେପାଲ୍ଲି ଗାଁରେ ଜୁଲାଇ ୨୨ରେ ହୋଇଥିବା ଏକ ବିବାହ ଭୋଜିରେ ପିପିଇ କିଟ୍‌ ପିନ୍ଧି ଲୋକଙ୍କୁ ଖାଦ୍ୟ ଦେଉଥିବା ଏବଂ ଅତିଥିମାନେ ମଧ୍ୟ ଦୂରେଇ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ବିବାହର ଆୟୋଜକ କ୍ୟାଟର୍ସଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଥିଲେ ଯେ, ତାଙ୍କର ଟିମ୍‌ର ସଦସ୍ୟ ପିପିଇ କିଟ୍‌ ପିନ୍ଧି କାମ କରନ୍ତୁ। କୋଭିଡ୍-୧୯ ସ୍ଥିତିକୁ ଦେଖି ଓ୍ଵେଟରଙ୍କ ପାଇଁ ପିପିଇ କିଟ୍‌ର ବ୍ୟବସ୍ଥା କରାଯାଇଥିଲା। ବିବାହ ଆୟୋଜକଙ୍କ ଦ୍ଵାରା ଓ୍ଵେଟରଙ୍କ ପାଇଁ ଲଗାତାର ତାପମାତ୍ରା ଯାଞ୍ଚର ମଧ୍ୟ ବ୍ୟବସ୍ଥା  କରାଯାଇଥିଲା।

ଉଲ୍ଲେଖନୀୟ ଆନ୍ଧ୍ର ପ୍ରଦେଶରେ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୮୧୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦,୮୫୮କୁ ବୃଦ୍ଧି ଘଟିଛି।

   Related Posts