ସୁନା କିଣିବା ପାଇଁ ଚାହୁଁଛନ୍ତି ଟିକେ ଅପେକ୍ଷା କରନ୍ତୁ – ଆହୁରି କମିପାରେ ଦର
17/12/2019 at 4:03 PM

ନୂଆଦିଲ୍ଲୀ ୧୭।୧୨ – ସୁନାଦର ସେପ୍ଟେମ୍ବର ମାସରେ ୪୦ ହଜାର ଟଙ୍କା ପାର କରିଥିଲା । ଏହା ଏବେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ୨୪ କ୍ୟାରେଟ ସୁନାଦର ୩୮୦୦୦ରୁ ୩୯୦୦୦ ଟଙ୍କା ମଧ୍ୟରେ ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାଦର ୩୭୦୦୦ ରୁ ୩୮ ହଜାର ଟଙ୍କା ମଧ୍ୟରେ ରହିଛି । ଏବେ ଆମେରିକା ଓ ଚୀନ୍ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ସହ ବାଣିଜ୍ୟିକକ ଯୁଦ୍ଧ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିବାରୁ ଆଗରୁ ସୁନାଦର ଆହୁରି ହ୍ରାସ ପାଇବ ବୋଲି ମାର୍କେଟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ପିପି ଜୁଏଲରସ୍ର ଉପାଧ୍ୟକ୍ଷ ପବନ ଗୁପ୍ତା ସୁନା ଦର ଆହୁରି ହ୍ରାସ ପାଇବ ବୋଲି ସୂଚନା ଦେଇଛନ୍ତି । ଆମେରିକାର ଓ ଚୀନ୍ ମଧ୍ୟରେ ବାଣିଜ୍ୟକୁ ନେଇ ଚୁକ୍ତି ହୋଇଥିବାରୁ ସୁନାଦର ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି । ଏପରି ହେଲେ ଅନ୍ତର୍ଜାତୀୟ ବଜାରରେ ସ୍ଥିରତା ଆସିବ । ସୁନାଦର ଆହୁରି ହ୍ରାସ ପାଇବ । ୨୪ କ୍ୟାରେଟ୍ ସୁନାଦର ୩୮ ହଜାରର ଟଙ୍କା ତଳକୁ ଓ ୨୨ କ୍ୟାରେଟ୍ ସୁନାଦର ୩୬ ହଜାର ଟଙ୍କା ତଳକୁ ଯାଇପାରେ ବୋଲି ମାର୍କେଟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏପରି ହେଲେ ଲୋକମାନେ କମ୍ଦାମରେ ସୁନା କିଣିପାରିବେ । ମାର୍କେଟ ସର୍ବେକ୍ଷଣ ସଂସ୍ଥା ବିନାୟକ ଇଙ୍କ୍ର ମୁଖ୍ୟ ବିଜୟ ସିଂଙ୍କ ଅନୁସାରେ ଚଳିତ ବିବାହ ସିଜିନ୍ର ସୁନାର ଚାହିଦା ବଢିଲା ନାହିଁ । ଏବେ ଲୋକମାନେ ଆବଶ୍ୟକତା ଅନୁସାରେ ସୁନା କିଣୁଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ସୁନାଦର ଗତ ଶୁକ୍ରବାରରେ ୧,୪୭୩ ଡଲାର ପ୍ରତି ଆଉନସ୍ ପହଞ୍ଚିଥିଲା ।
କିଛି ଦିନ ମଧ୍ୟରେ ଏହା ୩୭୫୦୦ ଟଙ୍କାରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି । ଏବେ ଜାନୁଆରୀରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବାହାଘର ସିଜିନ୍ ଚାଲିବ । ମାତ୍ର ଲୋକମାନେ ନିଜର ଆବଶ୍ୟକତା ଅନୁସାରେ ସୁନା କିଣୁଛନ୍ତି । ସୁନାଦର ୩୭, ୫୦୦ ଟଙ୍କାରେ ପହଞ୍ଚିବ ବୋଲି ମାର୍କେଟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।