ମୁମ୍ବାଇ ୨୨।୪: ୟେସ୍ ବ୍ୟାଙ୍କ ମାମଲାରେ ଅଭିଯୁକ୍ତ ଦିୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ (DHLF)ର ପ୍ରମୋଟର ୱାଧୱାନଙ୍କ ପରିବାରକୁ କ୍ବାରେଣ୍ଟାଇନ୍ ମୁକ୍ତ କରାଯାଇଛି । ସେମାନଙ୍କୁ ମହାବଲେଶ୍ବରରେ ଥିବା ଘରେ ରହିବାକୁ କୁହାଯାଇଛି । ସେଠାରୁ ସେମାନଙ୍କୁ ଅପ୍ରେଲ ୯ ରେ ଅଟକ ରଖାଯାଇଥିଲା। ୧୪ ଦିନିଆ କ୍ବାରେଣ୍ଟାଇନ୍ ଅବଧି ସମାପ୍ତ ହେବାପରେ କପିଲ ୱାଧୱାନ ଏବଂ ଧୀରଜ ୱାଧୱାନଙ୍କ ସମେତ ସମସ୍ତ ୨୩ ଜଣଙ୍କୁ ମୁକ୍ତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ସରକାରୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇର ଅନୁମତି ବିନା ୱାଧୱାନ ପରିବାର ସତରା ଜିଲ୍ଲା ଛାଡିପାରିବେନି ।
ଅପ୍ରେଲ ୯ ରେ କପିଲ ଏବଂ ଧୀରଜ ୱାଧୱାନଙ୍କୁ ମହାରାଷ୍ଟ୍ରର ମହାବାଲେଶ୍ବରରେ ଅଟକ ରଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସିବିଆଇ ସତ୍ତାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖି ଯାଞ୍ଚ ଏଜେନ୍ସିର ଅନୁମତି ବିନା ୱାଧୱାନ ପରିବାରକୁ କ୍ବାରେଣ୍ଟାଇନ୍ ନ ଛାଡିବାକୁ କହିଥିଲା । ସିବିଆଇ ୱାଧୱାନ କପିଲ ଏବଂ ଧୀରଜ ୱାଧୱାନଙ୍କୁ ଗିରଫ କରିବାର ସମ୍ଭାବନା ରହିଛି । କୋର୍ଟ ଉଭୟଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ମେ ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
ମହାରାଷ୍ଟ୍ର ସରକାର ସିବିଆଇ ଏବଂ ଇଡିକୁ ମଧ୍ୟ ସୂଚନା ଦେଇଥିଲା ଯେ, ସମସ୍ତ ୨୩ ସଦସ୍ୟଙ୍କୁ ଅପ୍ରେଲ ୨୨ରେ କ୍ବାରେଣ୍ଟାଇନ୍ ମୁକ୍ତ କରାଯିବ । ଯଦି ୱାଧୱାନ ଭାଇମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଏ ତେବେ ସେମାନେ ସହାୟତା ପ୍ରଦାନ କରିବେ। ଇଡି ମଧ୍ୟ ସାତାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି । ୟେସ୍ ବ୍ୟାଙ୍କ ମାମଲାରେ ତଦନ୍ତରେ ସହଯୋଗ କରିବା ପାଇଁ ହାଜର ହେବାକୁ ଅନୁସନ୍ଧାନକାରୀ ସଂସ୍ଥା ୱାଧୱାନ ଭାଇଙ୍କୁ ଏକାଧିକ ସମନ ଜାରି କରିଛନ୍ତି। ତେବେ କରୋନା ଭାଇରସ୍ ବିସ୍ତାର ଯୋଗୁଁ ହାଜର ହୋଇପାରିବେ ନାହିଁ ବୋଲି ଯୁକ୍ତି ଦର୍ଶାଇ ସେମାନେ ମନା କରି ଦେଇଥିଲେ ।
ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ପରିବାର ସଦସ୍ୟଙ୍କୁ ୬୦୦ କୋଟି ଟଙ୍କା ବଦଳରେ DHFL ୩,୭୦୦କୋଟି ଟଙ୍କା ବିନିଯୋଗ କରିଥିବା ଅଭିଯୋଗ ହୋଇଥିଲା । ସିବିଆଇ ୟେସ୍ ବ୍ୟାଙ୍କ ମାମଲାରେ ୱାଧୱାନ ଭାଇମାନଙ୍କୁ ତଦନ୍ତ ପରିସରଭଉକ୍ତ କରିଛି । ଇଡି ମଧ୍ୟ ଏହି ମାମଲାର ଅନୁସନ୍ଧାନ କରୁଛି।