Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଡୋପିଙ୍ଗ ଛାଟ : WADA ଲଗାଇଲେ କଟକଣା, ଟୋକିଓ ଅଲିମ୍ପିକ ଓ କାତାର ଫୁଟବଲ ୱାର୍ଲଡ କପରେ ଖେଳିପାରିବନି ଋଷ

9/12/2019 at 4:47 PM

ନୂଆଦିଲ୍ଲୀ ୯।୧୨:  ୱାର୍ଲଡ ଆଣ୍ଟି ଡୋପିଙ୍ଗ ଏଜେନ୍ସୀ (ଡବ୍ଲୁଏଡିଏ) ଋଷିଆ ଉପରେ କଟକଣା ଜାରି କରିଛନ୍ତି। ଫଳରେ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ବିଶ୍ୱର ସବୁ ପ୍ରମୁଖ ପ୍ରତିଯୋଗୀତାରୁ ଋଷିୟ ଟିମମାନେ ବାଦ ପଡିବେ। ତେବେ ସବୁଠାରୁ ବଡ କଥା ହେଲା ଆଗାମୀ ୨୦୨୦ ମସିହାରେ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍ ଗେମ୍ ଓ ୨୦୨୨ ମସିହାରେ କାତାରରେ ହେବାକୁ ଥିବା ବିଶ୍ୱକପ୍ ଫୁଟବଲରୁ ଋଷିୟ ଟିମ୍ ବାଦ ପଡିବେ।

ଋଷିଆ ଉପରେ ପ୍ରତିବନ୍ଧକ ଜାରି ଥିଲେ ବି ଯେଉଁ ଖେଳାଳିଙ୍କୁ ଡୋପିଙ୍ଗରେ କ୍ଲିନ ଚିଟ୍ ମିଳିବ ସେମାନେ ନ୍ୟୁଟ୍ରଲ ଫ୍ଲାଗରେ ଖେଳିପାରିବେ। ସ୍ୱିଜରଲ୍ୟାଣ୍ଡରେ ଅନୁଷ୍ଠିତ ଡବ୍ଲୁଡିଏ ବୈଠକରେ ଏ ନେଇ ସଦସ୍ୟ ଦେଶମାନେ ଏକମତ ହୋଇ ଋଷିଆ ଉପରେ ୪ ବର୍ଷିଆ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଡବ୍ଲୁଡିଏଙ୍କ ଏହି ପ୍ରତିବନ୍ଧକ ବିରୋଧରେ ଋଷିଆ ଆଗାମୀ ୨୧ ଦିନ ମଧ୍ୟରେ ଆବେଦନ ବି କରିପାରିବେ। ଯଦି ଋଷିଆ ଏଭଳି କିଛି ପଦକ୍ଷେପ ନିଏ ତେବେ ମାମଲା କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟସ (ସିଏଏସ୍)କୁ ଯିବ।

ତେବେ ଡବ୍ଲୁଏଡିଏ ଋଷିଆ ଉପରେ ଖୁବ ଅସନ୍ତୁଷ୍ଟ ଥିବା ସଙ୍ଗଠନର ଉପାଧ୍ୟକ୍ଷଙ୍କ ବୟାନରୁ ଜଣାପଡିଛି।   ଋଷିଆ ଏପରି କେବଳ କଟକଣା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି। ତେବେ ଡବ୍ଲୁଏଡିଏଙ୍କ ଏହି ପ୍ରତିବନ୍ଧକ ପରେ ଋଷିଆ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ କୌଣସି ମୁଖ୍ୟ ପ୍ରତିଯୋଗୀତାରେ ଭାଗ ନେଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

   Related Posts